ବେଦ ପ୍ରଚାର ସମିତି ବ୍ରହ୍ମପୁରର ବୈଦିକ ପ୍ରବଚନ ଉଦ୍ଘାଟିତ

ବ୍ରହ୍ମପୁର, (ଅନିଲ କୁମାର):ମନୁଷ୍ୟ ସକଳ ଦୁଃଖରୁ ନିବୃତ୍ତି ପାଇଁ ତଥା ସୁଖ ପ୍ରାପ୍ତି ପାଇଁ ସର୍ବଦା ଚେଷ୍ଟିତ । ଏଥିପାଇଁ ସେ ନିରନ୍ତର ନୂଆ ନୂଆ ସୁଖ ସାଧନ ର ଉଦ୍ଭାବନ କରି ଚାଲିଛି । ଜୀବନକୁ ସୁଖମୟ କରିବାର ଏତେ ଭୌତିକ ସାଧନ ବିଦ୍ୟମାନ ଥିବା ସତ୍ତ୍ୱେ ମଣିଷର ଜୀବନ ପୂର୍ବପେକ୍ଷା ଅଧିକ ଅଶାନ୍ତିମୟ, ଚାପଗ୍ରସ୍ଥ, ସମସ୍ୟା ବହୁଳ ହୋଇ ଯାଇଛି । ପୃଥିବୀରେ ହିଂସା, ରକ୍ତପାତ, ଧାର୍ମିକ ଅସହିଷ୍ନୁତା, ଆତଙ୍କବାଦ ର ତାଣ୍ଡବ ନୃତ୍ୟ ଲାଗି ରହିଛି । ଏସବୁର କାରଣ ହେଲା ମଣିଷ ର ନୈତିକ ମୂଲ୍ୟବୋଧ ର ଅବକ୍ଷୟ । ବେଦ ନୈତିକ ମୂଲ୍ୟବୋଧ ର ଶିକ୍ଷ୍ୟା ଦିଏ ଓ ଶାଶ୍ବତ ଶାନ୍ତି ର ରାଜପଥ ଦେଖାଏ। ବେଦ ର ଶିକ୍ଷ୍ୟା ସାର୍ବଭୌମ, ସାର୍ବକାଳିକ, ସାର୍ବଜନୀନ, ମାନବତାବାଦୀ ତଥା ବର୍ଗ – ଜାତି – ରଙ୍ଗ – ଲିଙ୍ଗଗତ ଭେଦ ଭାବ, ରାଗ ଦ୍ୱେଷ,  ପକ୍ଷପାତ ଆଦିରୁ ରହିତ। ଘରେ ଘରେ ବେଦ ର ଶିକ୍ଷ୍ୟା ଦିଆଗଲେ ଆମର ପାରିବାରିକ ତଥା ସାମାଜିକ ଶାନ୍ତି ପ୍ରତିଷ୍ଠା ହେବ । ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗିରି ରୋଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଳିବ୍ରେସନ୍ ହଲ୍ ଠାରେ ଚଳିତ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମ ର ଉଦ୍ଘାଟନ କରି ଶ୍ରୁତିନ୍ୟାସ ର ଅଧ୍ୟକ୍ଷ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ଉପରୋକ୍ତ ବିଚାର ବ୍ୟକ୍ତ କରିଛନ୍ତି । ପାଢ଼ୀ ସେଳିବ୍ରେସନ୍ ର ପ୍ରତିଷ୍ଠାତା ତଥା ଲାୟନ୍ସ କ୍ଳବ୍ ବ୍ରହ୍ମପୁର ର ପୂର୍ବତନ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁରେଶ ଚନ୍ଦ୍ର ପାଢ଼ୀ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି – ଅତୀତ ରେ ଭାରତ ବିଶ୍ଵ ଗୁରୁ ଥିଲା, କିନ୍ତୁ ଦୁଃଖର କଥା ଯେ ଆଜିର ଯୁବ ପିଢୀ ଅପସଂସ୍କୃତି ପଛରେ ପଡ଼ି ପଥଭ୍ରଷ୍ଟ ହେଇ ପଡିଛନ୍ତି । ଏଣୁ ବେଦ ର ବହୁଳ ପ୍ରଚାର ପ୍ରସାର ଅତ୍ୟାବଶ୍ୟକ । ସେହିପରି ଶାନ୍ତି ସୁଧା ବହୁ ମୁଖି ସେବାକେନ୍ଦ୍ର ବ୍ରହ୍ମପୁର ର ଅଧ୍ୟକ୍ଷା, ତଥା ଅବସର ପ୍ରାପ୍ତ ପ୍ରଧ୍ୟାପିକା ଡ଼. ଶାନ୍ତିଲତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ବେଦ ବିଶ୍ଵ ସଂସ୍କୃତି ର ମୂଳାଧାର । ବେଦର ପଠନ ପାଠନ ପ୍ରତି ସର୍ବଦା ଆମେ ତତ୍ପର ହେବା ଉଚିତ୍ । ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖାର ଦୟା ସାଗର ସାହୁ, ବିଷ୍ଣୁ ପ୍ରସାଦ ମୁନି, ଆର୍ ମୋହନ ରେଡ୍ଡୀ, ଅଶୋକ ସୁବୁଦ୍ଧି, ଯୋଗେଶ୍ୱର ପଣ୍ଡା, ବସନ୍ତ କୁମାର ଚୌଧୁରୀ, ସଞ୍ଜୟ ଜେନା, ରାଜେଶ୍ୱର ସୁବୁଦ୍ଧି, ଟି. ଭେଙ୍କେଟ ରାଓ, ଭବାନୀ ଶଙ୍କର ମହାପାତ୍ର, ବାବୁଲା ଶୁକ୍ଳା, ଦୀପ୍ତିରାଣୀ ମହାନ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ୪୦୦ ରୁ ଉର୍ଦ୍ଧ୍ବ ବେଦ ପ୍ରେମୀ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହା ଆଗାମୀ ୧୭ ତାରିଖ ଯାଏଁ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ