ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ଏମ୍‌ବିଏ ନାମଲେଖା ପାଇଁ ୨ କୋଟି ଟଙ୍କାରୁ ଅଧିକ ଶିକ୍ଷାବୃତି ଘୋଷଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିକ୍ଷାରେ ଉତ୍କର୍ଷ ଓ ଅର୍ନ୍ତଭୁକ୍ତୀକରଣକୁ ସମୃଦ୍ଧ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ପି ଡି ଅଗ୍ରୱାଲ୍ ଛାତ୍ରବୃତି ଘୋଷଣା କରାଯାଇଛି ଯାହାକୁ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠପଢ଼ିବାକୁ ଚାହୁଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ, ଜୟପୁରର ସଭାପତି ଡ. ପି ଆର୍ ସୋଦାନି ମ୍ୟାନେଜମେଂଟ୍ ଶିକ୍ଷାକୁ ସାର୍ବଜନୀନ କରିବାରେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ୨୦୨୪ ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ପ୍ରକାର ଶିକ୍ଷାବୃତି ପ୍ରଦାନ କରାଯାଉଛି । ତାହା ହେଉଛି-ମେରିଟ୍ ଶିକ୍ଷାବୃତି ଓ ସମ୍ପୂର୍ଣ୍ଣ ଟ୍ୟୁସନ ଫି ଛାଡ଼ ଶିକ୍ଷାବୃତି । ଏମବିଏ (ହସ୍ପିଟାଲ ଆଣ୍ଡ ହେଲ୍‌ଥ ମ୍ୟାନେଜମେଂଟ୍‌), ଏମବିଏ (ଫାର୍ମାସ୍ୟୁଟିକାଲ୍ ମ୍ୟାନେଜମେଂଟ୍‌), ଏମବିଏ (ହେଲ୍‌ଥକେୟାର ଆନାଲିଟିକ୍ସ) ଓ ଏମବିଏ (ଡେଭେଲପମେଂଟ୍ ମ୍ୟାନେଜମେଂଟ୍‌) ଉପରେ ଏହି ଶିକ୍ଷାବୃତି ଦିଆଯାଉଛି ।ମେରିଟ୍ ଶିକ୍ଷାବୃତିରେ ପିଲାମାନଙ୍କ ଆର୍ଥିକ ଦୃଶ୍ୟପଟ୍ଟ ପରିବର୍ତେ ସ୍ନାତକରେ ସେମାନଙ୍କ ଶିକ୍ଷାଗତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯାଏ । ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ ପ୍ରାର୍ଥୀ ହାସଲ କରିଥିବା ସ୍କୋର ଆଧାରରେ ଏହି ଶିକ୍ଷାବୃତି ଦିଆଯାଉଛି । ସାଧାରଣ, ସାମାଜିକ ଆହ୍ୱାନପୂର୍ଣ୍ଣ ଏବଂ ଅର୍ଥନୈତିକ ଦୁର୍ବଳ ଭଳି ବର୍ଗରେ ଏହି ଶିକ୍ଷାବୃତି ପ୍ରଦାନ କରାଯାଉଛି । ମୋଟ ୪୦୦ ସିଟ୍ ମଧ୍ୟରୁ ୨୦୦ ସିଟ୍‌(୫୦%) ପିଲାମାନେ ଏହି ଶିକ୍ଷାବୃତି ପାଇପାରିବେ । ପ୍ରତି ମନୋନୀତ ଛାତ୍ର କିମ୍ବା ଛାତ୍ରୀ ୨ ବର୍ଷିଆ ଏମବିଏ ପାଠ୍ୟକ୍ରମ ସମୟରେ ୬୦,୦୦୦ ଟଙ୍କାର ଶିକ୍ଷାବୃତି ପାଇପାରିବେ । ଏହି ପ୍ରତିଭା ଶିକ୍ଷାବୃତି ପିଲାମାନଙ୍କୁ ଦ୍ୱିତୀୟ ବର୍ଷରେ ଦିଆଯାଉଛି ।ସେହିପରି ଟ୍ୟୁସନ ଫି’ ଛାଡ଼ ଶିକ୍ଷାବୃତି ପ୍ରଦାନ କରିବାର ମାନଦଣ୍ଡ ଭିନ୍ନ । ଏହା ସାମାଜିକ ଆହ୍ୱାନପୂର୍ଣ୍ଣ ଓ ଅର୍ଥନୈତିକ ଦୁର୍ବଳ ବର୍ଗର ପିଲାମାନଙ୍କୁ ପ୍ରଦାନ କରାଯାଉଛି । ଏହି ସ୍କିମ୍‌ରେ ଛାତ୍ରଛାତ୍ରୀମାନଙ୍କ ସମ୍ପୂର୍ଣ୍ଣ ଟ୍ୟୁସନ ଫି’ ଛାଡ଼ କରାଯାଉଛି । ବିଶ୍ୱବିଦ୍ୟାଳୟର ଏମବିଏ ପାଠ୍ୟକ୍ରମ ପାଇଁ ଏଭଳି ୧୬ ଶିକ୍ଷାବୃତି ରହିଛି । ଏହି ସ୍କିମ୍‌ରେ ଏମବିଏ ପାଠ୍ୟକ୍ରମ ପାଇଁ ପ୍ରତି ପିଲାଙ୍କ ୧୦୦% ଟ୍ୟୁସନ ଫି’ ଛାଡ଼ କରାଯାଉଛି ଯାହାର ମୂଲ୍ୟ ୩.୪୮ ଲକ୍ଷ ଟଙ୍କାରୁ ୭.୯୩ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ