କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ କଳା ବିଭାଗର ଭୂଗୋଳ ସମ୍ମାନ ଛାତ୍ରୀ ଅଂଶୁମାନୀ ସାହୁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ବାଣିଜ୍ୟ ସମ୍ମାନ ଛାତ୍ର ବିଜୟ କୁମାର ସାହୁ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଥିବା ବେଳେ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜ୍ଞାନ ବିଭାଗର ଟପ୍ପର ହୋଇଛନ୍ତି । କଳା ବିଭାଗର ଛାତ୍ରୀ ଅଂଶୁମାନୀ ୯.୭୫ ସି.ଜି.ପି.ଏ. ମାର୍କ ରଖିଥିବା ବେଳେ ବାଣିଜ୍ୟ ବିଭାଗର ଛାତ୍ର ବିଜୟ ୮.୮୮ ସି.ଜି.ପି.ଏ. ଓ ବିଜ୍ଞାନ ବିଭାଗ ଛାତ୍ରୀ ଅର୍ପିତା ୯.୬୭ ପ୍ରତିଶତ ମାର୍କ ରଖିଛନ୍ତି । ଏହି ୩ଜଣ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ୯୧.୨୨ ପ୍ରତିଶତ, ବାଣିଜ୍ୟରେ ୯୧.୩ ପ୍ରତିଶତ ଓ ବିଜ୍ଞାନରେ ୯୪.୪୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । କଳାରେ ୩୬୯ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୩୪୨ଜଣ ପରୀକ୍ଷା ଦେଇଥିଲେ । ୨୭ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୪୭ଜଣ, ପ୍ରଥମଶ୍ରେଣୀରେ ୧୩୪ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୩୨ଜଣ ପାସ କରିଥିବା ବେଳେ ମୋଟ ୩୧୩ଜଣ ପାସ କରିଛନ୍ତି ଓ ୨୯ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୮୯ଜଣ ଛାତ୍ର ଥିବା ବେଳେ ୨୨୪ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନ ବିଭାଗରେ ୩୭୮ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୪୫ଜଣ ପରୀକ୍ଷା ଦେଇଥିଲେ । ୩୩ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୯୭ଜଣ, ପ୍ରଥମଶ୍ରେଣୀରେ ୧୨୫ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୪ଜଣ ପାସ କରିଥିବା ବେଳେ ମୋଟ ୩୨୬ଜଣ ପାସ କରିଛନ୍ତି ଏବଂ ୧୯ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୫୨ଜଣ ଛାତ୍ର ଥିବା ବେଳେ ୧୭୪ଜଣ ଛାତ୍ରୀ ଅଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ୩୪୨ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୨୨ଜଣ ପରୀକ୍ଷା ଦେଇଥିଲେ । ୨୦ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୯୦ଜଣ, ପ୍ରଥମଶ୍ରେଣୀରେ ୧୦୮ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୯୭ଜଣ ପାସ କରିଥିବା ବେଳେ ମୋଟ ୨୯୪ଜଣ ପାସ କରିଛନ୍ତି ଓ ୨୭ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୨୦୩ଜଣ ଛାତ୍ର ଥିବା ବେଳେ ୯୧ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ୧୦୮୯ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ୧୦୦୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯୩୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ପାସହାର ୯୨.୪୬ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୪୪୪ଜଣ ଛାତ୍ର ଥିବା ବେଳେ ୪୮୯ଜଣ ଛାତ୍ରୀ ଅଛନ୍ତି । ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ବୋଷଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ରମାନାଥ ମହାନ୍ତି, ପରୀକ୍ଷା ଉପ ନିୟନ୍ତ୍ରକ ଡ. ଗୈାର ପ୍ରସାଦ ଷଡଙ୍ଗୀ, ପରୀକ୍ଷା ଉପ ନିୟନ୍ତ୍ରକ ଡ. ସେକ ହବିବ୍‌, ପରୀକ୍ଷା ଉପ ନିୟନ୍ତ୍ରକ ଡ. ସୁରେଶ ଚନ୍ଦ୍ର ଦାସ, ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଡ. ପ୍ରଭାକର ମଲ୍ଲିକ, ଡ. ରେବତୀ କର, ମନିଷାକାନ୍ତୀ ଜେନା, ଅଧ୍ୟାପକ ରଞ୍ଜିତ ଦାସ, ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଗତ ୨୦୨୩ରେ କଲେଜର ମୋଟ ପାସହାର ୯୫.୪୯ ପ୍ରତିଶତ ହୋଇଥିବା ବେଳେ କଳାରେ ମୋଟ ୯୬.୬୭ ପ୍ରତିଶତ, ବିଜ୍ଞାନରେ ୯୭.୮୩ ପ୍ରତିଶତ ଓ ବାଣିଜ୍ୟରେ ୯୨.୧୨ପ୍ରତିଶତ ପାସହାର ଥିଲା । ଚଳିତ ବର୍ଷ କଲେଜର ପାସହାର ବିଭିନ୍ନ କାରଣରୁ ହ୍ରାସ ପାଇଛି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ବୋଷ କହିଛନ୍ତି ।ସେହିପରି କଳା ବିଭାଗର ଅର୍ଥନୀତି ସମ୍ମାନରେ ଲିପ୍‌ଶା ହାତୀ ୮.୭୭ ସିଜିପିଏ ମାର୍କ ରଖି ବିଭାଗରେ ପ୍ରଥମ ହୋଇଥିବା ବେଳେ ଶିକ୍ଷାରେ ସୁଚରିତା ରାଉତ ୮.୯୯ସିଜିପିଏ , ଇଂରାଜୀରେ ଅନନ୍ୟା ନାୟକ ୮.୪, ଭୂଗୋଳରେ ଅଂଶୁମାନୀ ସାହୁ ୯.୭୫ ସିଜିପିଏ, ହିନ୍ଦିରେ ମିତାଲି ପଲାଇ୯.୧୮ ସିଜିପିଏ, ଇତିହାସରେ ହରିଶ ଚନ୍ଦ୍ର ପରିଡା ୮.୪୫ ସିଜିପିଏ, ଶିଳ୍ପ ସମାଜଶାସ୍ତ୍ରରେ ସଶ୍ମିତା ବେହେରା ୮.୩୨ ସିଜିପିଏ , ଓଡିଆରେ ଅର୍ପିତା ସାହୁ ୮.୮୪ ସିଜିପିଏ, ଦର୍ଶନଶାସ୍ତ୍ରରେ ସ୍ୱର୍ଣ୍ଣଲତା ପାତ୍ର ୮.୩୪ ସିଜିପିଏ, ରାଜନୀତି ବିଜ୍ଞାନରେତିଲକ ଷଡଙ୍ଗୀ ୯.୦୬ ସିଜିପିଏ, ମନୋବିଜ୍ଞାନରେ ତୈାସିଫା ଅହମ୍ମଦ ୯.୦୯ ସିଜିପିଏ, ସଂସ୍କୃତରେ ଦୀପ୍ତିପ୍ରଜ୍ଞା ଦେବତା ୮.୭୪ ସିଜିପିଏ, ସମାଜଶାସ୍ତ୍ରରେ ଶଲ୍ୟସୈାନ୍ଧର୍ଯ୍ୟ ପ୍ରଧାନ ୮.୮୫ ସିଜିପିଏ, ବାଣିଜ୍ୟରେ ବିଜୟ କୁମାର ସାହୁ ୮.୦୮ ସିଜିପିଏ, ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନ ସମ୍ମାନରେ ମଧୁସ୍ମିତା ବେହେରା ୯.୩୭ ସିଜିପିଏ , ରସାୟନ ବିଜ୍ଞାନରେ ମୋନିକ୍ଷା ମହାପାତ୍ର ୯.୫୪ସିଜିପିଏ , କମ୍ପ୍ୟୁଟର ବିଜ୍ଞାନରେ ଦିପ୍ତିମୟୀ ବିଶ୍ୱାଳ ୯.୩୯ ସିଜିପିଏ, ଭୁତତ୍ୱ ବିଜ୍ଞାନରେ ମନିଷା ଓଝା ୯.୩୨ ସିଜିପିଏ, ଗଣିତରେ ରିତୁପର୍ଣ୍ଣା ମନ୍ତ୍ରୀ ୯.୩୨ ସିଜିପିଏ, ପଦାର୍ଥ ବିଜ୍ଞାନରେ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ୯.୬୭ ସିଜିପିଏ, ପରିସଂଖ୍ୟାନରେ ସାଗର ବେହେରା ୯.୫୮ ସିଜିପିଏ ଏବଂ ପ୍ରାଣୀବିଜ୍ଞାନ ସମ୍ମାନ ବିଭାଗରେ ସନ୍ଧ୍ୟାରାଣୀ ସାହୁ ୯.୩୬ ସିଜିପିଏ ମାର୍କ ରଖି ପ୍ରଥମ ହୋଇଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ