ଆଭାନ୍‌ସେ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଭାନ୍‌ସେ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ନିକଟରେ ଡ୍ରାପ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଆଭେନ୍‌ସ ଫାଇନାନ୍ସିଆଲ୍ ସର୍ଭିସେସ୍ ହେଉଛି ଭାରତରେ ଦ୍ୱିତୀୟ ସର୍ବବୃହତ ଶିକ୍ଷାଭିତିକ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନି । ୨୦୨୩ରେ ଏହା ଦ୍ୱିତୀୟ ସର୍ବାଧିକ ଋଣ ଆବଂଟନ କରିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଏହା ଦ୍ୱିତୀୟ ସର୍ବାଧିକ ଟିକସ ପରବର୍ତୀ ଲାଭ ହାସଲ କରିଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ଦେବାଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଭିବୃଦ୍ଧି ପୁଞ୍ଜି ପ୍ରଦା କରିବା ପର୍ଯ୍ୟନ୍ତ ଏହା ବ୍ୟାପକ ପ୍ରକାର ଉତ୍ପାଦ ପ୍ରଦାନ କରୁଛି । ଦେଶବିଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ପ୍ରଫେସନାଲମାନଙ୍କୁ ଏହା ଋଣ ଓ ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରୁଛି । ଏହା ଭାରତରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଧକଭିତିକ ଋଣ ଦେଉଛି ।ପବ୍ଲିକ୍ ଅଫରରେ କମ୍ପାନି ୩୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି ।ସେଥିରୁ ୧୦୦୦ କୋଟି ଟଙ୍କା ନୂଆ ଇକ୍ୱିଟି ସେୟାର ଜାରି କରି ଏବଂ ଅବଶିଷ୍ଟ ୨୫୦୦ କୋଟି ଟଙ୍କାକୁ ଅଂଶଧନକାରୀମାନେ ଅଫର ଫର ସେଲ୍‌ରେ ଅଂଶଧନ ବିକ୍ରି କରି ହାସଲ କରାଯିବ ।ଅଫର ଫର୍ ସେଲ୍‌ରେ ଅଲାଇଭ୍ ଭାଇନ୍ ଇନଭେଷ୍ଟମେଂଟ୍ ଲିମିଟେଡ୍ ୧୭୫୮ କୋଟି ଟଙ୍କାର ଇକ୍ୱିିଟି ସେୟାର, ଇଂଟରନ୍ୟାସନାଲ୍ ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ୩୪୨ କୋଟି ଟଙ୍କା, କେଦାର କ୍ୟାପିଟାଲ୍ ଗ୍ରୋଥ୍ ଫଣ୍ଡ ୩ ଏଲ୍‌ଏଲ୍‌ପି ୪୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ । କମ୍ପାନିର ପ୍ରତିଷ୍ଠାତା ହେଉଛି ଓଲାଇଭ୍ ଭାଇନ୍ ଇନଭେଷ୍ଟମେଂଟ୍ ଲିମିଟେଡ୍ ।ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କମ୍ପାନି ଭବିଷ୍ୟତର ବ୍ୟବସାୟ ଓ ସଂପତି ଅଭିବୃଦ୍ଧି ଆବଶ୍ୟକତା ପୂରଣ କରିବା ଲାଗି କମ୍ପାନିର ପୁଞ୍ଜି ଆଧାରରେ ବଢ଼ାଇବାରେ ବ୍ୟବହାର କରିବ ।କମ୍ପାନି ଏହାର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବ ।ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ଆଭେଣ୍ଡସ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ