ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶିଷ୍ଟ ସମାଜସେବୀ ଡ. ବିପିନ ବିହାରୀ ମିଶ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଦେଶର ଜଣାଶୁଣା ସମାଜସେବୀ ଡ. ବିପିନ ବିହାରୀ ମିଶ୍ର । ବମ୍ବେ ଓଡ଼ିଆ ସମାଜର ସଭାପତି ଡ. ମିଶ୍ର ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ନୂଆ ସରକାର ଗଠନର ଅଭିନନ୍ଦନ ଜଣାଇ ସଫଳତା କାମନା କରିଥିଲେ । ଏଥିସହିତ ବମ୍ବେ ତଥା ବାହାର ରାଜ୍ୟମାନଙ୍କରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ଡ. ବିପିନ ବିହାରୀ ମିଶ୍ର କହିଥିଲେ କି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ସହ ଦୀର୍ଘଦିନରୁ ଜଡ଼ିତ । ଆମର ବହୁ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି । ତାଙ୍କର ବହୁମୂଲ୍ୟ ତଥା ଦୂରଦୃଷ୍ଟିସମ୍ପନ୍ନ ପରାମର୍ଶ ଆମକୁ ସେବା କାମ କରିବାରେ ବହୁମାତ୍ରାରେ ଉତ୍ସାହିତ କରିଆସିଛି । ଆଜି ଆମେ ବହୁତ ଖୁସି ଯେ, ରାଜ୍ୟରେ ଏଭଳି ଜଣେ ମେଳାପୀ, ଜନପ୍ରିୟ ତଥା ଉଦାର ହୃଦୟର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆମେ ଆଶା କରୁଛୁ ତାଙ୍କ ନେତୃତ୍ୱରେ ଓଡ଼ିଶା ବିକାଶର ଚରମ ସୋପାନରେ ପହଞ୍ôଚପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ