ବିଦ୍ୟୁତ ଆଘାତରେ ଶ୍ରମିକ ମୃତ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା କଲେଜ ଛକରେ ଅଘଟଣ l ଜଣେ ବ୍ୟକ୍ତିଙ୍କ ଘରେ ଚୂନ ମାରୁଥିବା ବେଳେ ବିଦ୍ୟୁତ ତାର ଲାଗି ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଖାରୀଗୁଡା ଗାଁର ମୁନା ନାୟକ(୩୦) l ତେବେ ମୃତକ ଯୁବକ ଜଣେ ଗରିବ ହୋଇଥିବା ବେଳେ ୨ ଟି ଛୋଟଛୁଆ ଅଛନ୍ତି l ପରିବାର ଚଳାଇବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ l ତେଣୁ ତାଙ୍କ ପରିବାର କୁ କ୍ଷତି ପୂରଣ ଦାବିରେ ଘର ଆଗରେ ଶବ ରଖି ମୋହନା କଲେଜ ଛକରେ ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସି l ଦିନ ସାଢେ ୧୧ ଟାରୁ ରାସ୍ତା ଅବରୋଧ ହୋଇଥିଲା l ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ସହ କ୍ଷତି ପୂରଣ ପ୍ରଦାନ ପାଇଁ ପ୍ରତିଶୃତି ଦେବା ପରେ ଅପରାହ୍ନ ସାଢେ ୪ ଟାରୁ ରାସ୍ତା ଅବରୋଧ ହଟିଥିଲା l ମିଳିଥିବା ସୂଚନା ପ୍ରକାରେ ଖାରୀଗୁଡା ଗାଁର ମୁନା ନାୟକ ମୋହନା କଲେଜ ଛକରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ଚୂନ ଲଗାଉଥିଲେ l ଏହି ସମୟରେ ଘର ଉପର ଦେଇ ଯାଇଥିବା ୧୧ କେଭି ତାର ଲାଗି ତଳେ ପଡିଯାଇଥିଲେ l ଅଚେତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର l ଏହାପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା l ଘର ମଲିକଙ୍କ ଘର ଆଗରେ ଶବ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ l ଏଥିସହ ଶତାଧିକ ଲୋକେ କଲେଜ ଛକରେ ରାସ୍ତା ଅବରୋଧ କରିଥିଲେ l ଫଳରେ ମୋହନା – ବ୍ରହ୍ମପୁର – ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ପ୍ରାୟ 5 ଘଣ୍ଟା ରାସ୍ତା ଅବରୋଧ ଯୋଗୁଁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ l ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି l ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ