ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ “ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡ”ର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ମ୍ୟୁଚୁଆଲ୍ ଫଣ୍ଡ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ “ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡ”ର ନୂଆ ଫଣ୍ଡ ଅଫର ଘୋଷଣା କରାଯାଇଛି । ଏହା ହେଉଛି ଏକ ଓପନ୍ ଏଣ୍ଡେଡ ଇଣ୍ଡେକ୍ସ ଫଣ୍ଡ ଯାହାର ଲକ୍ଷ୍ୟ ହେଉଛି ନିଫ୍ଟି ୫୦୦ ଟୋଟାଲ ରିଟର୍ଣ୍ଣ ଇଣ୍ଡେକ୍ସ (ଟିଆର୍‌ଆଇ)ର ପ୍ରଦର୍ଶନକୁ ଦୋହରାଇବା । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ ଥିବା ଶ୍ରେଷ୍ଠ ୫୦୦ କମ୍ପାନିରେ ନିବେଶ କରିବା ଲାଗି ଏହା ନିବେଶକମାନଙ୍କୁ ସୁଯୋଗ ପ୍ରଦାନ କରୁଛି । ଏହାର ନୂଆ ଫଣ୍ଡ ଅଫର ୨୦୨୪ ଜୁନ୍ ୨୬ରୁ ଆରମ୍ଭ ହେବ ଏବଂ ଜୁଲାଇ ୯ରେ ବନ୍ଦ ହେବ । ଏହି ଫଣ୍ଡକୁ କାର୍ତିକ କୁମାର ଓ ସଚିତ ରେଲେକର ପରିଚାଳନା କରିବେ ।ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇଥିବା ବେଳେ ୨୦୨୭ ସୁଦ୍ଧା ତାହା ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି । ନିଫ୍‌ଟି ୫୦୦ ସୂଚୀର ଲକ୍ଷ୍ୟ ହେଉଛି ସେହି ଅଭିବୃଦ୍ଧି କାହାଣୀକୁ ଧରି ରଖିବା ସହ ଭାରତୀୟ ଇକ୍ୱିଟି ବଜାରରେ ନିବେଶକମାନଙ୍କୁ ତାହାର ଲାଭ ପ୍ରଦାନ କରିବା । ସେହି ଅନୁସାରେ ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡର ଲକ୍ଷ୍ୟ ହେଉଛି ନିଫଟି ୫୦୦ ସୂଚୀ ଭଳି ରିଟର୍ଣ୍ଣ ନିବେଶକମାନଙ୍କୁ ପ୍ରଦାନ କରିବା । ତେଣୁ ଯେଉଁ ନିବେଶକମାନେ ଏହି ଅଭିବୃଦ୍ଧି କାହାଣୀର ଲାଭ ଉଠାଇବାକୁ ଚାହୁଛନ୍ତି ସେମାନେ ଏହି ଫଣ୍ଡରେ ନିବେଶ କରିପାରିବେ ।ଆକ୍ସିସ୍ ଏଏମ୍‌ସିର ଏମ୍‌ଡି ଓ ସିଇଓ ଶ୍ରୀ ବି ଗୋପକୁମାର କହିଛନ୍ତି ଯେ, “ଆକ୍ସିସ୍ ମ୍ୟୁଚୁଆଲ ଫଣ୍ଡରେ ଆମର ଲକ୍ଷ୍ୟ ହେଉଛି ନିବେଶକମାନଙ୍କୁ ସର୍ବଦା ଅଭିନବ ଓ ଉଚ୍ଚ ମାନର ନିବେଶ ସମାଧାନ ପ୍ରଦାନ କରିବା । ଆକ୍ସିସ୍ ନିଫ୍ଟି ୫୦୦ ଇଣ୍ଡେକ୍ସ ଫଣ୍ଡ ହେଉଛି ଏକ ସରଳ ପରୋକ୍ଷ ଫଣ୍ଡ ଯାହାକୁ ନିବେଶକମାନଙ୍କୁ ଭାରତୀୟ କମ୍ପାନିଗୁଡ଼ିର ଅଭିବୃଦ୍ଧିରେ ଅଂଶଗ୍ରହଣ କରିବା ଲାଗି ଏକ ସରଳ ଉପାୟ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଆମର ବିଶ୍ୱାସ ରହିଛି ଯେ ଏହି ପାଣ୍ଠିର ବ୍ୟାପକ ଦର୍ଶନ ଦୀର୍ଘକାଳୀନ ଭିତିରେ ସଂପତି ସୃଷ୍ଟି କରିବା ଲାଗି ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରି ଏହାକୁ ଉଭୟ ନୂଆ ଓ ଅଭିଜ୍ଞ ନିବେଶକମାନଙ୍କ ଲାଗି ଆକର୍ଷଣୀୟ ବିକଳ୍ପରେ ପରିଣତ କରିବ ।”ଏହି ଫଣ୍ଡରେ ଦୀର୍ଘକାଳୀନ ନିବେଶକ, ପ୍ରଥମ ଥର ନିବେଶ କରୁଥିବା ନିବେଶକ ଏବଂ ଅଭିଜ୍ଞ ନିବେଶକମାନେ ନିବେଶ କରିପାରିବେ ।ଆକ୍ସିସ୍ ଏଏମ୍‌ସିର ମୁଖ୍ୟ ନିବେଶ ଅଧିକାରୀ ଆଶିଷ ଗୁପ୍ତା କହିଛନ୍ତି ଯେ, “ଭାରତର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଓ ବଜାରର ସ୍ଥାୟୀତ୍ୱ ବେଶ ଉଲ୍ଲେଖନୀୟ ରହିଛି । ପରୋକ୍ଷ ନିବେଶର ଗ୍ରହଣୀୟତା ବଢ଼ୁଥିବା ବେଳେ ନିବେଶକମାନଙ୍କ ଉଦୀୟମାନ ନିବେଶ ରଣନୀତିକୁ ସୁହାଇବା ଭଳି ନିବେଶ ଉତ୍ପାଦ ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଛି । ଭାରତ ଏହାର ଢାଂଚାଗତ ଲାଭ ପାଇବା ଜାରି ରଖିଥିବା ବେଳେ ଏହି ପାଣ୍ଠି ନିବେଶକମାନଙ୍କୁ ଭାରତର ଚମତ୍କାର ଅଭିବୃଦ୍ଧିର ଅଂଶ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ