ପାଟପୁର କଲେଜ ଅଧ୍ୟକ୍ଷାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ସ୍ଥିତବିଶ୍ୱାସରାୟବିଜ୍ଞାନମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ଶ୍ରୀମତୀ ସୁଦେଷ୍ଣା ଚୌଧୁରୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଶନିବାର ଅପରାହ୍ନରେ କଲେଜ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷା ଡଃ ଚୌଧୁରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏଥିନେଇ କଲେଜ ପରିସରରେ ଆୟୋଜିତ ସମ୍ବର୍ଧନା ସଭାରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ସହକର୍ମଚାରୀଙ୍କସମାବେଶ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଟ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ମଞ୍ଚସିନ ରହିଥିଲେ ଅବସରକାଳୀନସମ୍ବର୍ଦ୍ଧନାସମାରୋହରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ସମୂହ ଅଧ୍ୟକ୍ଷା ଡଃ ଚୌଧୁରୀଙ୍କ ସରଳ ନିରାଡମ୍ବର ଜୀବନ ଶୈଳୀ, ଶିକ୍ଷାଦାନର କୌସଳ ସହ ପରିଚାଳନାଗତ ଦକ୍ଷତାକୁ ନେଇ ଅନୁପ୍ରାଣିତ ହୋଇଥିବା ପ୍ରକାଶ କରିବା ସହ ତାଙ୍କ ଅବସର କାଳୀନ ସମୟର ଉତ୍ତରତ୍ତୋର କାମନା କରିଥିଲେ । ୧୯୮୭ ମସିହାରେ ପାଟପୁର ବିଶ୍ୱାସରାୟବିଜ୍ଞାନମହାବିଦ୍ୟାଳୟରେ ଉଭିଡ ବିଜ୍ଞାନ ବିଭାଗର ଅଧ୍ୟାପିକା ଭାବେ ଡଃ ଚୌଧୁରୀ ଯୋଗଦେଇଥିଲେ ।ନିଜ କର୍ମମୟ ଜୀବନ ଆରମ୍ଭରୁ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା, କଲେଜ ପରିଚାଳନାକମିଟିଏବଂଅଭିଭାବକଙ୍କ ଠାରେ ସେ ସର୍ବଦା ପ୍ରିୟପାତ୍ର ରହିଥିବା ଡଃ ଚୌଧୁରୀ ୩୫ ବର୍ଷ ଅଧ୍ୟାପିକା ଭାବେ ଭାବେ କାର୍ଯ୍ୟ କରିଥିଲେ । ୨ବର୍ଷ ତାଙ୍କୁ ଅଧ୍ୟକ୍ଷା ଭାବେ ଦାୟିତ୍ଵ ତୁଲାଇ ଶିକ୍ଷାନୁଷ୍ଠାନରେ ତାଙ୍କର ୩୭ବର୍ଷର ନିଜ ଅଭିଜ୍ଞତାକୁ ସାଉଣ୍ଟିଥିଲେ । ଏହି ଅବଧିରେ ଘଟିଥିବା କିଛି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକେଇ ଭାବ ବିହ୍ଵଳ ହୋଇଥିଲେ । ଏହା ସହିତ ପାଟପୁର କଲେଜର ସମସ୍ତ ସ୍ଵଜନଙ୍କୁ ନିଜ ଭାବୋଦ୍ଦୀପକ କୃତଜ୍ଞତା ଜଣାଇଥିଲେ ।ଅଧ୍ୟାପକ ଡଃ କୈଳାଶ ଚନ୍ଦ୍ରସ୍ବାଇଁ ଅଧ୍ୟକ୍ଷାଙ୍କ ଉଦ୍ଧେଶ୍ୟରେ ନିଜ ଅଭିବ୍ୟକ୍ତି ରଖି ଡଃ ଶ୍ରୀମତୀ ଚୌଧୁରୀଙ୍କ ସହନଶିଳ ମନୋଭାବ ତାଙ୍କୁ ଚୀର ସ୍ମରଣୀୟ ରଖିବା ବୋଲି କହିଥିଲେ । ଏହା ସହିତ ଅନୁଷ୍ଠାନ ତାଙ୍କ ପ୍ରତି ଚୀର ରୁଣୀ ରହିବ ବୋଲି ପ୍ରକାଶ କରିଥିଲେ ।କଲେଜ ପକ୍ଷରୁ ଡଃ ଶ୍ରୀମତୀ ଚୌଧୁରୀଙ୍କୁ ପୁଷ୍ପଗୁଛ, ଉପଢ଼ୌକନ ସହ ଅବସର କାଳୀନ ଉପକରଣ ପ୍ରଦାନ ସହ ସମ୍ବର୍ଦ୍ଧନା ଜଣାଇଥିଲେ ।ଡଃ ଚୌଧୁରୀ ଙ୍କ ଠାରୁ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଦାୟୀତ୍ବ ଗ୍ରହଣ କରିଛନ୍ତି କଲେଜର ଅନ୍ୟ ମାନଙ୍କ ମଧ୍ୟରେ,ତ୍ରିଲୋଚନ ଦାସ, ଡଃ ସୁରେନ୍ଦ୍ର ସାହୁ, ଏସ ଶାରଦା, ଅଶ୍ଵିନୀ କୁମାର ମିଶ୍ର, ଦେବେନ୍ଦ୍ର ରେଡ୍ଡୀ, ସନ୍ତୋଷ ମହାପାତ୍ର, ଗୌରୀ ଶଙ୍କର ମହାପାତ୍ର, ବରିଷ୍ଟ କିରାଣୀ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ପ୍ରମୁଖଙ୍କ ସହ ସମସ୍ତ କଲେଜ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ