ନାଲକୋ ଏମ୍ପେ୍ଲାଇଜ ସେଣ୍ଟ୍ରାଲ ୟୁନିୟନ (ନେକୁ)ର ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ଓ ଓଡ଼ିଶା ଶିଳ୍ପ ଜଗତର କୋଣାର୍କ ରୂପେ ପରିଚିତ ନାଲକୋ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରଠାରେ ଥିବା ଭାରତୀୟ ମଜଦୂର ସଂଘ ସଂଲଗ୍ନ ଶ୍ରମିକ ସଂଗଠନ “ନାଲକୋ ଏମ୍ପେ୍ଲାଇଜ ସେଣ୍ଟ୍ରାଲ ୟୁନିୟନ (ନେକୁ)”ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସର୍ବସମ୍ମତିକ୍ରମେ ଓ ନିର୍ବାଚନ ବିଧି ଅନୁଯାୟୀ ଶ୍ରୀ ଦେବଦତ୍ତ ପଣ୍ଡା ସଭାପତି, ଶ୍ରୀ ବୈକୁଣ୍ଠ ପ୍ରସାଦ ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟାନ୍ୟ କର୍ମକର୍ତ୍ତା ଭାବରେ ଶ୍ରୀମତୀ ନିଳୀମା କଙ୍ଗାରୀ ଉପ-ସଭାପତି, ଶ୍ରୀ ସୁଶିଲ କୁମାର ନାୟକ ସହ-ସମ୍ପାଦକ ଓ ଶ୍ରୀ ପ୍ରମୋଦ କୁମାର ସେଠୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଭାଗିରଥୀ ନାୟକ, ଶ୍ରୀ ଗୌତମ ମହାନ୍ତି, ଶ୍ରୀ ପାବକ କୁମାର ମହାନ୍ତି, ଶ୍ରୀ କିଶୋର ହେମ୍ବ୍ରମ, ଶ୍ରୀମତୀ ଦମୟନ୍ତୀ ମୁର୍ମୁ ମନୋନୀତ ହୋଇଛନ୍ତି ।ଉପଦେଷ୍ଟା ଭାବେ ଶ୍ରୀ ସଚ୍ଚିଦାନନ୍ଦ ଗଡ଼ନାୟକ, ଶ୍ରୀ କାଶୀନାଥ ସାହୁ, ଶ୍ରୀ ବିଜୟ କୁମାର ଦାଶ ଓ ଶ୍ରୀମତୀ ଗୀତାଞ୍ଜଳୀ ସାମନ୍ତରାୟ ମନୋନୀତ ହୋଇଛନ୍ତି । ସମସ୍ତ ସଭ୍ୟ, ନୂତନ ଉପଦେଷ୍ଟା ଓ କର୍ମକର୍ତ୍ତର୍ାମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଶ୍ରମିକ ଭାଇମାନଙ୍କର ସୁଖଦୁଃଖ ବୁଝିବାକୁ ପ୍ରେରଣା ଦେଇଛନ୍ତି । ନବ ନିର୍ବାଚିତ କର୍ମକର୍ତ୍ତାମାନେ ଆଦର୍ଶକୁ ଅଗ୍ରାଧିକାର ଦେଇ ସକାରାତ୍ମକ ଭାବନାରେ ଓ ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରି ‘ନେକୁ’କୁ ଏକ ଆଦର୍ଶ ଅନୁଷ୍ଠାନରେ ପରିଣତ କରିବା ସଙ୍ଗେ ସଙ୍ଗେ ନାଲକୋର ଟେକ ରଖିବାକୁ ପ୍ରୟାସ କରିବାର ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ