କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାନଯାଉ

ଦିପ୍ତିମୟୀ ନାୟକ
ଖବର ସଂଗ୍ରହ ବେଳେ ବାରମ୍ବାର ସାମ୍ବାଦିକ ମାନେ ଆକ୍ରମଣର ଶିକାର ହେଉଛନ୍ତି | ସେମାନଙ୍କ ପାଇଁ ଅନେକ ସାମ୍ବାଦିକ ଆଗକୁ ଆସି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବା ଘଟଣା ଅତ୍ୟନ୍ତ କଷ୍ଟଦାୟକ ହେଲେ ପୁଣି କିଛି ଦିନ ଗଲାପରେ ଖବରର ସର୍ତ୍ତା ହଜିଯାଉଛି | ଆକ୍ରମଣକାରୀ ମାନଙ୍କର ମୁହଁ ବଢିଯାଉଛି ଯାହାଫଳରେ ବାରମ୍ବାର ଏହି ସାମ୍ବାଦିକ ମାନେ ଖବର ସଂଗ୍ରହବେଳେ ଆକ୍ରମଣର ଶିକାର ହେଉଛନ୍ତି | ଯଦି କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରକୁ ଏମିତି ବାରମ୍ବାର ଆକ୍ରମଣ ହେବ ତେବେ ସେମାନେ ସଠିକ ଭାବରେ ନିଜ କର୍ତ୍ତବ୍ୟ କରିବାରେ ସକ୍ଷମ ହେବେ କି ନାହିଁ ତାହା ଆଜିର ଦିନରେ ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ନା ଗୋଟେ ପ୍ରକୃତ ସାମ୍ବାଦିକର କର୍ତ୍ତବ୍ୟ ହୋଇଥାଏ ସମାଜରେ ଘଟୁଥିବା ପ୍ରତ୍ୟେକଟି ଘଟଣାକୁ ଅନୁଧ୍ୟାନ କରି ଲୋକଲୋଚନକୁ ଆଣିବାପାଇଁ ଯଦି ସାମ୍ବାଦିକଟିଏ ସଠିକ କର୍ତ୍ତବ୍ୟ କରୁ କରୁ ଏମିତି ଆକ୍ରମଣର ଶିକାର ହୁଅନ୍ତି ତେବେ ସେ କାହାକୁ ଦାୟୀ କରିବେ | ନିଜ କର୍ତ୍ତବ୍ୟକୁ ନା ତାଙ୍କ କର୍ତ୍ତବ୍ୟସ୍ଥଳରେ ବାଧା ଦେଉଥିବା ସେହି ଆକ୍ରମଣକାରୀଙ୍କୁ ତେବେ ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସମ୍ବାଦଦାତାଙ୍କୁ ଖବର ସଂଗ୍ରହବେଳେ ନିର୍ଭିକ ନିର୍ଭୟ ଭାବରେ ଖବର ସଂଗ୍ରହ କଲା ବେଳେ ସେମାନଙ୍କୁ ସୁରକ୍ଷା ଦିଆଯାଉ କାହିଁକି ନା ଗୋଟେ କର୍ତ୍ତବ୍ୟରତ ସାମ୍ବାଦିକ କେବେବି ଏହି ଆକ୍ରମଣକୁ ଡରେନି କିନ୍ତୁ ଯେଉଁମାନେ ଗୋଟେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ବାରମ୍ବାର ଡରେଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି ଆଇନ ହେଉ ଯାହାଫଳରେ ସେମାନେ ଗୋଟେ ସାମ୍ବାଦିକକୁ ଡରେଇବା, ଧମକେଇବା ଆଉ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଭାବିବେ ସମ୍ବାଦ ପଛରେ ଧାଉଁଥିବା ସାମ୍ବାଦିକର ପାୱାର କେତେ | ତେଣୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ