ମୋହନା ବିଇଓଙ୍କ ନିର୍ଦେଶକୁ ଶିକ୍ଷକଙ୍କ ସ୍ବାଗତ ହେଲମେଟ ପିନ୍ଧି ଗଲେ ବିଦ୍ୟାଳୟ

ମୋହନା, (ଅଂଶୁମାନ ପଣ୍ଡା):ବାଇକ୍ ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ଶିକ୍ଷକ ମାନଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା l ଯଦି ବିନା ହେଲମେଟ ରେ ବାଇକ୍ ଚଳାଇବା ନଜର କୁ ଦରମା ବନ୍ଦ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ବିଇଓ l ତେବେ ବିଇଓ ଙ୍କ ଏଭଳି ପଦକ୍ଷେପ କୁ ସ୍ଵାଗତ କରିଛନ୍ତି ଶିକ୍ଷକ l ଅନ୍ୟ ପକ୍ଷରେ ବିଇଓ ଙ୍କ ନିର୍ଦେଶ ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶନିବାର ହେଲମେଟ ପିନ୍ଧି ବିଦ୍ୟାଳୟ ଯାଉଥିବା ଦେଖିବାକୁ ମିଳିଥିଲା l ବାଇକରେ ବିଦ୍ୟାଳୟ ଯିବା ସମୟରେ ହେଉ କିମ୍ବା ଅନ୍ୟ ସବୁବେଳେ ହେଲମେଟ ପିନ୍ଧିବାକୁ କଡା ତାଗିଦ କରିଛନ୍ତି ବ୍ଳକ ଶିକ୍ଷାଧିକାରୀ l ଏନେଇ ୨୭ ତାରିଖ ଗୁରୁବାର ଦିନ ପତ୍ର ସଂଖ୍ୟା ୧୨୦୮/୨୪ରେ ମୋହନା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି l ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦେଶ କୁ ଅବମାନନା କରି ବିନା ହେଲମେଟ ରେ ବାଇକ ଚଳାଇବାର ନଜର କୁ ଆସିଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ଚେତାବନୀ ଦେଇଛନ୍ତି l ସମ୍ପୃକ୍ତ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବl ସହ ସମ୍ପୃକ୍ତ ବିଦ୍ୟାଳୟର ଅବିଭାବକ ଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଇଓ କହିଛନ୍ତି l ତେବେ ଦରମା ବନ୍ଦ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ l ଶିକ୍ଷକ ସମାଜ ହେଲମେଟ ପିନ୍ଧି ବାଇକ ଚଳାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ଓ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁ ବୋଲି ବିଇଓ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ