୭୫ ତମ ବନମହୋତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଗଜପତି ଜିଲ୍ଲାରେ ୭୫ ତମ ବନହୋତ୍ସବ ଆଜି ପାଳିତ ହୋଇଯାଇଛି. ଦେବଗିରି ପର୍ବତମାଳାରେ ୭୫ତମ ବନ ବନମହୋତ୍ସବ ସପ୍ତାହ ପାଳନ ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ବନ ଅଧିକାରୀ ଏସ. ଆନନ୍ଦ, ଜିଲ୍ଲା ଆରକ୍ଷୀ ଅଧିକାରୀ ସ୍ୱାତୀ କୁମାର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ବନମହୋତ୍ସବ ପାଳନର ମୁଖ୍ୟ ଉଦେଶ୍ୟ ଜଙ୍ଗଲ ସୁରକ୍ଷା ଓ ପରିବେଶର ସୁରକ୍ଷା ନେଇ ଆଲୋକପାତ କରିଥିଲେ. ଏହି ଅବସରରେ ପାରଳାଖେମୁଣ୍ଡି ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସହରର ବରିଷ୍ଟ ନାଗରିକମାନେ ମଧ୍ୟ ଯୋଗଦେଇ ଜଙ୍ଗଲ ସୁରକ୍ଷା ନେଇ ଏକ ଶୋଭାଯାତ୍ରାରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ବନମହୋତ୍ସବ ସପ୍ତାହ ପାଳନର ଶୁଭାରମ୍ଭ କରି ୨୦୦ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା. ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ବିଭାଗର ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ ଓ ଅଜୟ ପୃଷ୍ଟି ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଙ୍କିତା ପଣ୍ଡା, ସୁବଞ୍ଜନ୍ ପଣ୍ଡା, ସ୍ୱରୂପା ରାଣୀ ଦେଓ, ଅଭୟ ହୱଲାଦର୍, ପ୍ରମୁଖ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବିଶ୍ୱ ବିଦ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ