ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଥିଲା ବନ ମହୋତ୍ସବ ସପ୍ତାହ ଆରମ୍ଭ । ବୃକ୍ଷ ହେଉଛି ଜୀବନ, ବୃକ୍ଷ ହେଉଛି ପ୍ରାଣ, ବୃକ୍ଷ ହେଉଛି ସମସ୍ତ ପ୍ରାଣୀ ବଞ୍ଚିବାର ମୁଖ୍ୟ ଆଧାର, ଏହି ବନ ମହୋତ୍ସବ ସବୁଠାରେ ପାଳନ କରାଯାଉଥିବା ବେଳେ, ଆଜି ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ-ଦିବ୍ୟଦିଗନ୍ତ ତରଫରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ଔଷଧୀୟ ବୃକ୍ଷ ଯଥା-ଜାମୁକୋଳି, ବଉଳ, ବେଲ, ଲିମ୍ବ ଇତ୍ୟାଦି ଚାରା ଲଗାଇବା ସହ, ପଥଚାରୀମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଏବଂ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଦିବ୍ୟଦିଗନ୍ତ ଅନୁଷ୍ଠାନ ତରଫରୁ ୭ ଦିନ ବ୍ୟାପି ପ୍ରତ୍ୟେକ ପାର୍କ, ଗଳିକନ୍ଦି, ସ୍କୁଲ କଲେଜ ଗୁଡିକରେ ବୃକ୍ଷରୋପଣ କରାଯିବା ସହ ପଥଚାରୀମାନଙ୍କୁ ବୃକ୍ଷ ବଣ୍ଟନ ଓ ସଚେତନ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଦିବ୍ୟଦିଗନ୍ତ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମମତା ବିଶ୍ୱାଳ ଲୋକମାନଙ୍କୁ ବୃକ୍ଷ ସମ୍ବନ୍ଧୀୟ ସବୁଜ ବାର୍ତ୍ତା ପ୍ରଦାନ କରିଥିଲେ । ପରିଶେଷରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ହାତରେ ସଚେତନତା ବ୍ୟାନର ଧରି ପାର୍କର ଚତୁଃପାଶ୍ୱର୍ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାର ଅଜୀବନ ସଦସ୍ୟ ଶ୍ରୀ ଅଶ୍ୱିନୀ କୁମାର ସାହୁ, ଶ୍ରୀ ବିଶ୍ୱପ୍ରକାଶ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ