ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ୨୦୨୪-୨୫ ବର୍ଷ ପାଇଁ ଅଧିଷ୍ଠାନ ଦିବସ ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଲାୟନ୍ସ କ୍ଲବ ୩୨୨-ସି-୪ର ଗଭର୍ଣ୍ଣର ଲାୟନ୍ସ ଇଂ ଦିଲିପ କୁମାର ଦାସ ଯୋଗଦେଇ ୨୦୨୪-୨୫ ବର୍ଷର ନୂତନ କର୍ମକର୍ତ୍ତା ଭାବେ ବିଶିଷ୍ଟ ସମାଜସେବୀ ଲାୟନ ଡଃ ବିପିନ ବିହାରୀ ମିଶ୍ରଙ୍କୁ ସଭାପତି, ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତିଙ୍କୁ ସମ୍ପାଦକ, ଲାୟନ ବିପିନ ବିଶ୍ୱାଳଙ୍କୁ କୋଷାଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରରାଇଥିଲେ । ଲାୟନ ଦାସ କ୍ଲବର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସମାଜର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ଅନ୍ୟ କ୍ଲବମାନଙ୍କୁ ଏହିପରି ସମାଜସେବା କାର୍ଯ୍ୟକୁ ଆହୁରି ତୀବ୍ର କରିବା ପାଇଁ ଅନୁରୋଧ କରିଥିଲେ ।ଦ୍ୱିତୀୟ ଗଭର୍ଣ୍ଣର ଲାୟନ ଡଃ ହେମନ୍ତ ଖୁଣ୍ଟିଆ, ଆଞ୍ଚଳିକ ଅଧ୍ୟକ୍ଷ ଲାୟନ ଧୀରେନ ଧଳ, ଲାୟନ ଅଶୋଗ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି କ୍ଲବର ସାଧୁ କାର୍ଯ୍ୟକଳାପକୁ ସେମାନଙ୍କ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ଲାୟନ୍ସ ଜିଲ୍ଲା ୩୨୨-ସି-୪ର ପୂର୍ବତନ ଗଭର୍ଣ୍ଣରମାନେ ଯୋଗଦାନ କରି ନୂତନ କର୍ମକର୍ତ୍ତାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଲାୟନ ତପନ ହରିଚନ୍ଦନ, ଲାୟନ ଡଃ ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଲାୟନ ଡଃ ମିଶ୍ର ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଉନ୍ନତି ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।ଏହି ସଭାକୁ ଲାୟନ ରାମ ପ୍ରସାଦ ପାତ୍ର ପରିଚାଳନା କରିଥିଲେ ଏବଂ ଶେଷରେ ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ