କାଶୀନଗର ବାରଣାସୀ ବିଦ୍ୟାଳୟରେ କ୍ୟାବିନେଟ୍ ମଡ଼େଲ୍ ପ୍ରସ୍ତୁତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବାରଣାସୀ ସରକାରୀ ଉଚ୍ଚବିଦ୍ୟାଳୟରେ ସାପ୍ତାହିକ କାର୍ଯ୍ୟ ଦିବସ ସହିତ ବିଦ୍ୟାଳୟ କ୍ୟାବିନେଟ୍ ମଡେଲ ପ୍ରସ୍ତୁତିର ପ୍ରଚାର ଏବଂ ବିଦ୍ୟାଳୟ ପ୍ରାଚୀର ପତ୍ରିକା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦେଶ କ୍ରମେ ପିଲାଙ୍କ ଭିତରେ ପ୍ରତିନିଧିତ୍ବ ଏବଂ ନେତୃତ୍ବ ଗୁଣ ବିକାଶ ନିମନ୍ତେ ବିଦ୍ୟାଳୟ କ୍ୟାବିନେଟର ବ୍ୟବସ୍ଥା ପ୍ରତ୍ୟେକ ବିଦ୍ୟାଳୟରେ ଚାଲୁରହିଛି। ସେହିଭଳି ଆଜି ଶ୍ରେଣୀ ମନିଟର, ବିଦ୍ୟାଳୟ କ୍ୟାପ୍ଟେନ ପରିଚୟ ଓ ମୁଁ କାହିଁକି ସ୍କୁଲ କ୍ୟାବିନେଟରେ ରହିବି ତାର ବକ୍ତବ୍ୟ ଆୟୋଜନ ହୋଇଥିଲା । ପ୍ରଧାନଶିକ୍ଷକ ଭାଗୀରଥି ବେହେରାଙ୍କ ଅନୁସାରେ ଇତିହାସ ପାଠରେ ପଢା ଯାଉଥିବା ଭାରତୀୟ ସଂସଦ ଓ ନିର୍ବାଚନ ପ୍ରକ୍ରିୟାର ଏକ ବିଦ୍ୟାଳୟସ୍ତରୀୟ ମଡେଲ ପ୍ରସ୍ତୁତ କରାଯାଉଛି। ଯାହା ଦ୍ବାରା ଉତ୍ତମ ନାଗରିକ ହେବାକୁ ସହଜ ହେବା ଏହାସହ ବିଦ୍ୟାଳୟସ୍ତରୀୟ ସାପ୍ତାହିକ ପଠନ, ଆବୃତ୍ତ ଓ ଲିଖନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟ ପ୍ରାଚୀର ପତ୍ରିକା ‘ବଂଶଧାରା ପ୍ରଦର୍ଶନ କରାଯାଇ ପ୍ରସ୍ତୁତ କରିଥିବା ଦଶମଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ଓ କିଡିଗାଁ ଉନ୍ନୀତ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଏସ୍.ରାମା ରାଓଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଉତ୍ସବକୁ ଅଶୋକ କୁମାର ଗୌଡ଼, ଏ.ମଧୁସୂଦନ ରାଓ, ଏଲ୍ ନାଗମଣି, ଆର୍.ଦିଲ୍ଲୀପ କୁମାର, ଶର୍ମିଲାରାଣୀ ଲେଙ୍କା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ