ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ ପୁଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଆରକ୍ଷୀଅଧୀକ୍ଷିକ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଆରକ୍ଷୀ ଅଧୀକ୍ଷିକ ଆହ୍ୱାନ ଦେଇଥିଲେ । ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା , ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦକ କରିଆସୁଛନ୍ତି । ସେ ଆହୁରି କହିଥିଲେ ଯେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବା କରିଆସିଛନ୍ତି । ଏହିଅବସରରେ ରାଷ୍ଟପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶବାର୍ତ୍ତା ଆରକ୍ଷୀ ଅଧୀକ୍ଷିକ ପଠନ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଉଲ୍ଲେଖନୀୟକାର୍ଯ୍ୟ କରିଥିବା ଗଞ୍ଜାମ ପୁଲିସ ଜିଲାର ୨୫ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ସୀମା ସ୍ୱାଇଁ ଓ ଚିନ୍ମୟ କୁମାର ନାୟକ,ଆସିଷ୍ଟାଣ୍ଡ କମାଡେଣ୍ଟ କାଳୁଚରଣ ବେହେରା, ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଆରଆଇ ବିକାଶ କୁମାର ସେନାପତିଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ଗୃହରକ୍ଷୀ ବାହିନୀ ମାନେ ଉପସ୍ଥିତ ଥିଲେ । ଏସ୍. ପର୍ଶୁରାମ ରେଡ୍ଡୀ ଓ ସେକେଣ୍ଡିଙ୍ଗ କାମାଡେଣ୍ଟ ପ୍ରଶାନ୍ତ କୁମାର ନନ୍ଦ ପ୍ୟାରେଡ ଚାଳନା କରିଥିଲେ l


