ସ୍ବଚ୍ଛ ଭାରତ ଯୋଜନା ବାଟବଣା, ପ୍ରତି ପଞ୍ଚାୟତରେ କିଣାଯାଇଥିବା ଟ୍ରଲି ଖତ ଖାଉଛି

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ସ୍ବଚ୍ଛଭାରତ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି ହେଲେ ଯୋଜନା ବାସ୍ତବରେ କାର୍ଯ୍ୟକାରୀ ହୋଇପାରିନି। ସରକାର କା ମାଲ ଦରିଆ ମେ ଡାଲ ନୀତିରେ ଏହି ଯୋଜନାର ଅନୁଦାନ ସବୁ ପାଣିରେ ପଡିବା ସାର ହେଉଛି। ସରକାର ଏହି ଯୋଜନାରେ ‘ଆବର୍ଜନା ଗୃହ’ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଯୋଗାଇଦେଇଥିବା ବେଳେ ଗାଁ ରୁ ଆବର୍ଜନା ବୋହିବା ପାଇଁ ୨୦ହଜାରରୁ ଉର୍ଦ୍ଧ ଟଙ୍କାର ଗୋଟିଏ ଗୋଟିଏ ଟ୍ରଲି ଯୋଗାଇ ଦେଇଥିଲେ। କିନ୍ତୁ କିଏ ଆବର୍ଜନା ଉଠାଇବ ଓ ଟ୍ରଲିରେ ବୋହି ଆବର୍ଜନା ଗୃହ ନିକଟକୁ ଆଣିବ ସେନେଇ କିଛି ବ୍ୟବସ୍ଥା କଲେନି। ଫଳରେ ଏହି ଯୋଜନାରେ ନିର୍ମାଣ ହୋଇଥିବା ଆବର୍ଜନା ଗୃହ ଗୁଡିକ ଭାଙ୍ଗିରୁଜି ନଷ୍ଟ ହେଲାଣି ତ ଆଉ କେଉଁଠି ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏଥିପାଇଁ କିଣାଯାଇଥିବା କୋଟି କୋଟି ଟଙ୍କାର ସାମଗ୍ରୀ ମଧ୍ୟ ଖତ ଖାଉଛି। ୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟରେ କିଣା ଯାଇଥିବା ଟ୍ରଲି କାମରେ ନଲାଗି ଖତ ଖାଇବା ସହ ବାହାରେ ପଡି ନଷ୍ଟ ହୋଇଗଲାଣି। ଏହି ଯୋଜନାରେ ନିର୍ମିତ ଗୃହ ଗୁଡିକ ପାଇଁ ଖର୍ଚ୍ଚ ହୋଇଥିବା ଅନୁଦାନ ଓ ଟ୍ରଲି କିଣା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି। ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ସ୍ଵଛ ଓ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ