ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକ ଖଲିଙ୍ଗି ପଞ୍ଚାୟତ ହଂସରାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ସେହି ଗ୍ରାମର ସୁଦର୍ଶନ ସାହୁ (୫୦) ହୋଇଥିବା ବେଳେ ଆକ୍ରମଣକାରୀ ଯୁବକ ହେଲେ କୁମୁଦ ମହାନ୍ତି ବୋଲି ଶୁଣିବାକୁ ମିଳିଛି । ଖବର ପ୍ରକାରେ ସୁଦର୍ଶନ ବିଦ୍ୟୁତ ବିଭାଗର ଲାଇନ୍ ମ୍ୟାନ କର୍ମଚାରୀ ଭାବେ କାର୍ଯ୍ୟରତ ରହିଛନ୍ତି । ତେବେ ଗତ କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ କଥା କଟାକଟି ହୋଇଥିଲା । ଯାହାଫଳରେ କୁମୁଦ ସୁଯୋଗ ଖୋଜୁଥିବା ବେଳେ ତେବେ ସୋମବାର ସକାଳ ସମୟରେ ସୁଦର୍ଶନ ନିଜ ବିଲ କାମ ସାରି ଫେରୁଥିବା ସମୟରେ କୁମୁଦ ଏକ ମାରଣାସ୍ତ୍ର ସାହାଯ୍ୟରେ ଗୋଡ଼ାଇ ଗୋଡ଼ାଇ ଶରୀରର ବିଭିନ୍ନ ସ୍ଥାନ ମୁହିଁ,ଆଖି,କପାଳ ବେକ ରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହାପରେ ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କ ସହାୟତାରେ ସୁଦର୍ଶନଙ୍କୁ ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ରହିଥିବା ହେତୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଖବର ଲେଖା ସୁଦ୍ଧା ଥାନାରେ ଏତଲା ହୋଇନଥିବା ଜଣାପଡିଛି। ଏନେଇ ପାଟପୁର ପୋଲିସ ଜଣଙ୍କୁ ଥାନା ଅଟକ ରଖିଥିବା ଜଣାପଡ଼ିଛି।ଆକ୍ରମଣ ଘଟଣା ପାଟପୁର ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ