ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ବିଜେପି ପକ୍ଷରୁ ଅଗଷ୍ଟ ମାସ ୧୧ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ଜିଲ୍ଲା ଉପସଭାପତି ଦନାର୍ଦନ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ,ତାଟ ମଣ୍ଡଳ ସଭାପତି ସଞ୍ଜୀବ କୁମାର ପାଣିଗ୍ରାହୀ, କରଞ୍ଜିଆ ନଗର ମଣ୍ଡଳ ସଭାପତି ମହେଶ୍ୱର ସାହା, ଜିଲ୍ଲା ରକ୍ଷାବନ୍ଧନ ପ୍ରମୁଖ ଜ୍ୟୋସ୍ନାରାଣୀ ମହାନ୍ତ,ଜିଲ୍ଲା ଏସସି ମୋର୍ଚା ସଭାପତି ରଞ୍ଜିତ ଜେନା,ସମ୍ବିଧାନ ମହାପାତ୍ର, ପ୍ରଶାନ୍ତ ମିଶ୍ର, ଲକ୍ଷ୍ମୀକାନ୍ତ ରାମ, ତୁକାରାମ ମହାନ୍ତ,ଉମେଶ ବେହେରା ପ୍ରମୁଖ ମଞ୍ଚାସିନ ହୋଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲିମାନ ଅନୁଷ୍ଠିତ ହେବ । ଅଗଷ୍ଟ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା; ୧୧ ରୁ ୧୪ ପର୍ଯ୍ୟନ୍ତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ; ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ସେହିପରି ୧୪ ଅଗଷ୍ଟ ୧୯୪୭ରେ ଭାରତର ବିଭାଜନ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା ଓ ବିସ୍ଥାପନର ହୋଇଥିଲା । ଦେଶ ବିଭାଜନ ନିଷ୍ପତି ଭୁଲ ଥିଲା ।ଏହି ଯନ୍ତ୍ରଣାଦାୟକ ଦିନକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ସନ୍ଧ୍ୟାରେ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଅଗଷ୍ଟ ୧୬ ତାରିଖ ଦିନ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ପାଳନ କରାଯିବା ସହିତ ୧୯ ଅଗଷ୍ଟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରାଯିବ ଏ ସମସ୍ତ କାର୍ଯ୍ୟକ୍ରମ ମଣ୍ଡଳସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ପାର୍ଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତା, ଜନପ୍ରତିନିଧି ଏଥିରେ ସାମିଲ ହେବେ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନା ରେ ଚନ୍ଦନ ପାତ୍ର, ତପନ ମହାନ୍ତ, ସିଦ୍ଧାର୍ଥ ମହାନ୍ତ, ମଳୟ ବାରିକ, ଟୁଟୁ ଦାସ ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ