ଦରମା ଅହେତୁକ ବିଳମ୍ବ ନେଇ ଟିପିଏନଓଡିଏଲର କାର୍ଯ୍ଯରତ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ନେସ୍କୋ ବିଦ୍ୟୁତ ସେକ୍ସନ ଟାଟା ପାଓ୍ବାରକୁ ଘରୋଇକରଣ କଲା ଦିନରୁ ଠିକା କର୍ମଚାରୀମାନଙ୍କ ଦୁଃଖ ଦିନକୁ ଦିନ ବଢି ଚାଲିଛି ।ଟିପିଏନଓଡିଏଲ ଠିକା କର୍ମଚାରୀ ପାଇଁ ହିନ୍ଦୁସ୍ତାନ ଏଜେନସୀକୁ ଟେକି ଦେଇଛି । ହିନ୍ଦୁସ୍ତାନ ଏଜେନ୍ସି ଠିକା କର୍ମଚାରୀ ନିଯୁକ୍ତି ସମୟରେ ସଠିକ ସମୟରେ କର୍ମଚାରୀ ମାନଙ୍କୁ ଦରମା ଦେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲା ।ହେଲେ ସଠିକ ସମୟରେ ଆଜିଯାଏଁ ଦରମା ଦେଉନାହିଁ ।ତଦସହ ବର୍ଦ୍ଧିତ ବକେୟା ଦରମା ମଧ୍ୟ ଦେଉନାହିଁ । ଯାହାକୁ ନେଇ ଠିକା କର୍ମଚାରୀ ମହଲରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ଏହାକୁ ନେଇ ବିଭାଗୀୟ ଅଧିକାରୀ ଏବଂ ହିନ୍ଦୁସ୍ତାନ ଏଜେନ୍ସୀକୁ ଜଣାଇଲେ ମଧ୍ୟ କିଛି ଫଳ ମିଳୁ ନାହିଁ ।ତୁଛାକୁ ମିଛ ପ୍ରତିଶ୍ରୁତିର ପାହାଡ଼ ଲଦି ଦିଆଯାଉଛି । ପ୍ରତ୍ୟେକ ମାସ ୭ ତାରିଖ ସୁଦ୍ଧା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦିଆ ଯାଇଥିଲା ।ହେଲେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ସବୁ ପାଣିରେ ଗାର ।ଶେଷରେ ବାଧ୍ୟ ହୋଇ ଆଜି ଶନିବାର ଦିନ ଠିକା କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କରିଛନ୍ତି । ସେମାନଙ୍କର ଏକମାତ୍ର ଦାବି ସଠିକ ସମୟରେ ଦରମା ଦିଆଯାଉ,ବକେୟା ବର୍ଦ୍ଧିତ ଦରମା ଦିଆଯାଉ, କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକୀୟ ବିଦ୍ୟୁତ ସରଞ୍ଜାମ ଦିଆଯାଉ,ମାସର ୨୬ ଦିନରୁ ଅଧିକ ଦିନ କାମ କଲେ ତା’ର ଟଙ୍କା ଦିଆଯାଉ ,୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କଲେ ତାହାର ସଠିକ ମୂଲ୍ୟ ଦେବାପାଇଁ ଦାବି କରୁଛନ୍ତି । ଏହାକୁ ବିଭାଗୀୟ କତୃପକ୍ଷ ସୁହୃଦୟର ସହ ବିଚାରକୁ ନିଅନ୍ତୁ ଓ ସ୍ଥାୟୀ ସମାଧାନ କରନ୍ତୁ ।ଆନ୍ଦୋଳନରେ ରାଇରଙ୍ଗପୁର ଡିଭିଜନର ନେସ୍କୋ ପାଓ୍ଵାର ଏମ୍ଲୟଜ ସଂପାଦକ ଦୀପକ ମହାନ୍ତ, ଲୋକନାଥ ବେହେରା, ଦେବାଶିଷ ମହାନ୍ତ, ପରମେଶ୍ବର ମହାନ୍ତ, ପୁରେନ୍ଦ୍ର ମହାନ୍ତ,ବଳି ପାତ୍ର,ଅଜିତ ମହାନ୍ତ ଏବଂ ଅନ୍ୟମାନେ କାର୍ଯ୍ୟବନ୍ଦ ରେ ସାମିଲ ହୋଇଛନ୍ତି ।ଵହଳଦା,ତିରିଂ,ଯାମଦା, ରାଇରଙ୍ଗପୁର,କୁସୁମି,ବିଶୋଇ,କଣ୍ଟାବଣି ପ୍ରଭୃତି ସେକ୍ସନ ର କାର୍ଯ୍ୟରତ ଠିକା କର୍ମଚାରୀ ଵନ୍ଦରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ