ରାଇରଙ୍ଗପୁର ପିସିଏମ ଭବନ ପରିସରରେ “ଆଦିବାସୀ ସମନ୍ବୟ ସମିତି”

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଅଗଷ୍ଟ ୯ ଆଦିବାସୀଙ୍କ ପାଇଁ ଏକ ଐତିହାସିକ ଦିବସ ।ଏହି ଦିବସ ମଧ୍ୟ ଭାରତବର୍ଷ କ୍ରାନ୍ତିକାରୀ ଦିବସ ଭାବେ ପାଳିଥାଏ ।୧୯୮୨ ମସିହାରେ ଜାତିସଂଘରେ ଅଗଷ୍ଟ ୯ କୁ ଆଦିବାସୀ ଦିବସ ଭାବେ ପାରିତ କରାଯାଇଛି ।ଏହି ଦିବସକୁ ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ଭବନ ପରିସରରେ ଆଦିବାସୀ ସମନ୍ବୟ ସମିତି, ରାଇରଙ୍ଗପୁର ତରଫରୁ ଆଡଭୋକେଟ ବିର୍ସା କାଣ୍ଡେକଲଙ୍କ ଆବାହକତ୍ବରେ ଶୁକ୍ରବାର ଦିନ ବିଶ୍ବ ଆଦିବାସୀ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଯୁବ ବିଧାୟକ ଜଲେନ ନାଏକ ଏବଂ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଯଶିପୁର ଡିଗ୍ରୀ କଲେଜର ଫିଲୋସପି ଅଧ୍ଯାପକ ମାଥୁରା ଆଲଡା, ସମାଜସେବୀ ଦୁସୁରୁ ଜେରାଇ, ଆଦିବାସୀ ହୋ ଭାଷା ସମିତି ରାଜ୍ୟ ସଭାପତି ମନୋରଂଜନ ତିରିଆ,ସାମାଜିକ କର୍ମୀ ବିଜୁ ଗୋପାଲ ଗୋପ, ବ୍ଲକ କଥାଶିଳ୍ପୀ ଲଳିତ ମହାନ୍ତ, ଯୁବ ସଂଗଠକ ଧନୀ ଵୈଇପାଇ , ଯୁବା ସମାଜସେବୀ ଚନ୍ଦ୍ରିକା କାଣ୍ଡେଙ୍କାଲ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଥମେ ଅତିଥିଗଣ ଆଦିବାସୀ ସମାଜର ଆଇକନ ଶହୀଦ ଵୀର୍ସା ମୁଣ୍ଡା,ହୋ ସମାଜର ଓ୍ବାରାଂଚିତି ଲିପି ସ୍ରଷ୍ଟା ଗୁରୁ ଲାକୋ ବଦ୍ରା ଏବଂ ଅନ୍ୟ ମହାନ ବ୍ୟକ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧା ସୁମନ ଜଣାଇଥିଲେ ।ମୁଖ୍ୟ ଅତିଥି ବିଧାୟକ ଜଲେନ ନାଏକ କହିଥିଲେ ବିଶ୍ବରେ ଆଦିବାସୀ ସଂସ୍କୃତି,ପରଂପରା, ଭାଇଚାରା ,ଭାଷା ର ଏକ ସ୍ବତନ୍ତ୍ରତା ଅଛି । ସେମାନେ ଜଳ, ଜଙ୍ଗଲ,ଓ ଜମିର ରକ୍ଷକ ।ପ୍ରକୃତି ଓ ପରିବେଶ ରକ୍ଷକ । ସେମାନଙ୍କ ଅଂଚଳରେ ଆର୍ଥିକ, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ,କର୍ମ ସଂସ୍ଥାନ ପାଇଁ ସରକାରଙ୍କ ସମେତ ସମସ୍ତେ ବୁଦ୍ଧିଜୀବୀ , ଗଣମାଧ୍ୟମ, ସାମାଜିକ କର୍ମୀ, ସ୍ବେଛାସେବୀମାନେ ମିଳିତ ପ୍ରୟାସ କଲେ ଆଦିବାସୀମାନଙ୍କ ବିକାଶ ଆଗକୁ ନିଶ୍ଚିତ ବଢିପାରିବ । ସେହିଭଳି ଶିକ୍ଷାବିତ ମାଥୁରା ଆଳଦା କହିଥିଲେ ଗୋଟାଏ ଜାତିର ପରିଚୟ ହେଉଛି ତାହାର ଭାଷା, ସଂସ୍କୃତି ଓ ଫରଂପରା । ଆଜି ଵାସ୍ତୁବାଦୀ ଦୁନିଆରେ ଅସ୍ତିତ୍ବ ଖୋଜୁଛି ଆଦିବାସୀ ।ବହୁ ଆଦିବାସୀଙ୍କ ଭାଷା ଅଷ୍ଟମ ଅନୁଛେଦରେ ସ୍ଥାନିତ ହୋଇନାହିଁ । ସେମାନେ ବସବାସ କରୁଥିବା ଅଂଚଳକୁ ଗମନାଗମନ, ଶିକ୍ଷା, ସ୍ଵାସ୍ଥ୍ୟ,ବିଦ୍ଯୁତ, ଅପହଞ୍ଚ । ତେଣୁ ପ୍ରତ୍ୟେକ ଆଦିବାସୀ ନିଜର ଭାଷା, ସଂସ୍କୃତି,ପରମ୍ପରା ଓ ନିଜର ମୌଳିକ ସାମ୍ବିଧାନିକ ଅଧିକାର ହାସଲ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଜଣେ ଆଦିବାସୀ ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଥିବାରୁ ସମସ୍ତେ ଖୁସି ବ୍ଯକ୍ତ କରିଥିଲେ ।ଏହି ଭବ୍ୟ କାର୍ଯ୍ୟକ୍ରମରେ ମୋନିକା କାଣ୍ଡେଙ୍କାଲ,ନିତାଇ ପୂର୍ତି,ହୁଅନ୍ତି କାଣ୍ଡେଙ୍କାଲ, ଠାକୁର ଦାସ ଅମଙ୍ଗ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ଅଂଚଳରୁ ବହୁ ଆଦିବାସୀ ବିଦ୍ୱାନ, ଶିକ୍ଷାବିତ, ସାମାଜିକ କର୍ମୀ, ସ୍ବେଛାସେବୀ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ