ବିଜେପି ପକ୍ଷରୁ ମହାପୁରୁଷ ଓ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜେପି ପକ୍ଷ ରୁ ଆଜି ସକାଳୁ କରଞ୍ଜିଆ ସହର ରେ ଥିବା ମହାପୁରୁଷ ଓ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିପୂର୍ବ ନିଷ୍ପତି ଅନୁଯାୟୀ ସକାଳ ୮ ଘଟିକା ସମୟ ରେ ସଫେଇ ପ୍ରମୁଖ ଭୀମସେନ ପାତ୍ର ଓ ତପନ ଅମିତାଭ ମହାନ୍ତ ଙ୍କ ନେତୃତ୍ୱ ଏବଂ ଯୁବ ନେତା ପ୍ରଶାନ୍ତ କୁମାର ମିଶ୍ର ( ଲୁନା ) ଙ୍କ ତତ୍ୱାବଧାନ ରେ ପ୍ରଥମେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ,ଉତ୍କଳ ମଣି ଗୋପବନ୍ଧୁ ଦାସ,ସମ୍ଭିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ସଫେଇ ଓ ପରେ କଚେରୀ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସଫେଇ ଏବଂ ନେତାଜୀ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋଲେଇ ଛକରେ ଥିବା ମୟୁରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ରଭଞ୍ଜ ଦେଓ ଙ୍କ ପ୍ରତିମୂର୍ତ୍ତି ରେ ସଫେଇ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଗୁଡ଼ିକ ରେ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଯୁବନେତା କ୍ଷୀରୋଦ ମହାନ୍ତ, ଜିଲ୍ଲା ରାକ୍ଷବନ୍ଧନ ପ୍ରମୁଖ ଜ୍ୟୋସ୍ନାରାଣୀ ମହାନ୍ତ, ଚନ୍ଦନ ପାତ୍ର,କେଶବ ଖୁଣ୍ଟିଆ, ମଳୟ ବାରିକ, ସୁମିତ ଦେହୁରୀ ଙ୍କ ସମେତ ଅନେକ ସଦସ୍ୟ ସାମିଲ ହୋଇ ସଫେଇ ଓ ସ୍ୱଛତା ଅଭିଯାନ ରେ ସାମିଲ ହୋଇ ସଫେଇ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ