ଵଜ୍ରଘାତରେ ଚାଲିଗଲା ଜୀବନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ଥାନା ତଥା ଗୋପୀନାଥପୁର ପଞ୍ଚାୟତ ଅଧୀନ ସାନ ସାହୁପଡ଼ା ଗ୍ରାମର ଚାଷୀ ତଥା ରାଜମିସ୍ତ୍ରୀ ଚକ୍ରଧର ଦାସ(୫୮)ଙ୍କର ବଜ୍ରଘାତରେ ଆଜି ଅକାଳ ବିୟୋଗ ଘଟିଛି । ପ୍ରକାଶ ଯେ ” ଅପରାହ୍ନ ସମୟରେ ଚକ୍ରଧର ଜମିରେ ଚାଷ କାର୍ଯ୍ୟ ସାରି ସାହୁପଡ଼ା କେନାଲ ବନ୍ଧ ବଉଳାଶୁଣି ଠାକୁରାଣୀ ପାଖରେ ଛେଳି ଚରାଉଥିବା ବେଳେ ବଜ୍ରଘାତ୍ ହୋଇଥିଲା l ତାଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ପତ୍ନୀ, ୨ ପୁଅ, ଗୋଟିଏ ଝିଅ ଅଛନ୍ତି l ସେ ଚାଷ କାର୍ଯ୍ୟ ସହିତ ରାଜମିସ୍ତ୍ରୀ କାମ ଓ ଘରେ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ l ସେହିପରି ଶ୍ରୀରାମପୁର ଗ୍ରାମର ଅମର ସେଠୀ ବିଲରୁ ଚାଷ କାର୍ଯ୍ୟ ସାରି ଫେରୁଥିବା ବେଳେ ବଜ୍ରଘାତରେ ଗୁରୁତର ଆଘାତ ହୋଇ ଆଗରପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବିଧାୟକ ସଂଜୀବ କୁମାର ମଲ୍ଲିକ, ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେଇ,ସରପଞ୍ଚ ସବିତାରାଣୀ ନାୟକ, ନାଏବ ସରପଞ୍ଚ ରାଜେନ୍ଦ୍ର ବେହେରା ମୃତ ଵ୍ୟକ୍ତି ଓ ଆଘାତ ଵ୍ୟକ୍ତିର ପରିବାର କୁ ଭେଟି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ସରକାରୀ ସାହାଯ୍ୟ ଯଥା ଶୀଘ୍ର ଯୋଗାଇଦେବକୁ ବ୍ୟବସ୍ତା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ