ପଦଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ୧୨୨ ତମ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ପାରଳା ମାଟିର ସୁଯୋଗ୍ୟ ସନ୍ତାନ ଓଡ଼ିଶାର ଗର୍ବ ଓ ଗୌରବର କାରଣ ସାଜିଥିବା ପଦଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ୧୨୨ ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି. ଏହି ସମାବେଶର ଆଲୋଚନାରେ ବକ୍ତାଗଣ ନିଜ ନିଜର ଅଭିଭାଷଣରେ କହିଥିଲେଯେ ପଦ୍ମଶ୍ରୀ ଡ଼କ୍ଟର ସତ୍ୟନାରାୟଣ ରାଜଗୁରୁ ଓଡ଼ିଶାର ଶ୍ରେଷ୍ଠ ଗବେଷକ ଓ ଶୀଳାଲେଖ ବିଶେଷଜ୍ଞ ଥିଲେ. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର୍ ଡ.ପୂର୍ଣ୍ଣ ଚନ୍ଦ୍ର ମିଶ୍ର,ମୁଖ୍ୟ ବକ୍ତା ଡ. ଚନ୍ଦ୍ର ଶେଖର ହୋତା,ସମ୍ମାନିତ ଅତିଥି ଡ.ରୀନା ସାହୁ, ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଏବଂ ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଥିଲାବେଳେ ଶିକ୍ଷାଵିତ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ବିବରଣୀ ପାଠ କରିଥିଲେ। ଇଂ ଶ୍ବେତl ପଟ୍ଟନାୟକ ମଞ୍ଚ ଆହ୍ବାନ, ଆସାଲତ ପାଣିଗ୍ରାହୀ ଏବଂ ଧନ୍ୟବାଦ ଅର୍ପଣ ଭାରତ ଭୁଷଣ ମହାନ୍ତି ଦେଇଥିଲେ। ଭକ୍ତି ସଙ୍ଗୀତ ସଂସଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଡ.ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସମ୍ବର୍ଥନl ଡ. ଚନ୍ଦ୍ର ଶେଖର ହୋତା ଙ୍କୁ ପ୍ରଦାନ କରାଗଲା l ପୁରସ୍କାର ବିତରଣ ପରେ ଭାରତ ଭୁଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ