କଳା ଓ ସଂସ୍କୃତିର ମୂଳପୀଠ ଗଜପତିରେ ସଂସ୍କୃତି ଭବନ ନିର୍ମାଣ କେବେ ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର ହୋଇଥିବାବେଳେ ଏଠାରେ କଳାକାରମାନଙ୍କ ସକାଶେ ସଂସ୍କୃତି ଭବନ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାଳିଲା ନାହିଁ । ସଂସ୍କୃତି ଭବନ ନିର୍ମାଣ ନ ହୋଇ ପାରିବା ଏକ ବିଡ଼ମ୍ବନାର ବିଷୟ ଅଟେ । ଏହା ସଂସ୍କୃତି ପ୍ରେମୀଙ୍କ ମନରେ ଅସନ୍ତୋଷ ବୃଦ୍ଧିପାଉଛି । ଜିଲ୍ଲାର କଳା ସଂସ୍କୃତିକୁ ଜାତୀୟ ଓ ଆକାର୍ଜାତୀୟସ୍ତରରେ ଓ ବିଷ୍ଣୁ ଦରବାରରେ କଳା ସଂସ୍କୃତିକୁ ପରିପୃଷ୍ଟ କରି ନିଜର ପ୍ରତିଭାକୁ କଳାକାରମାନଙ୍କର ଇଚ୍ଛା ରହିଛି । ଜିଲ୍ଲାର ଗୌରବ ଓ ଗର୍ବକୁ କଳାକାରମାନେ ସୁନାମ ଅର୍ଜନ କରିପାରିଛନ୍ତି । ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇଥିବା ସହର କଳାକାରମାନଙ୍କ ପାଇଁ କଳାକାରମାନେ ଉତ୍ସାହିତ ଥିବାବେଳେ ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସଂସ୍କୃତି ରଚନାଟିଏ ହୋଇ ପାରିଲାନାହିଁ । ଯାହାଫଳରେ କଳାକାର ମାନଙ୍କର ଏବଂ ସଂସ୍କୃତି ପ୍ରେମୀ ମାନଙ୍କର ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଜପତି ଜିଲ୍ଲାର ବହୁ କଳାକାଇମାନେ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ପ୍ରଶାସନ. ଅଧୁକାରୀ ଆଜି ଜାରି କରିବା କହି ଦିନ ବିତାଉଛନ୍ତି । ଏଥିପାଇଁ ଆମେ ଗଜପତି ଜିଲ୍ଲା ସଂସ୍କୃତି ଅଧୁକାରୀଣୀଙ୍କ ସହ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଏଥିପାଇଁ ସରକାର ଓ କୋଟି ୧୪ ଲକ୍ଷ ମଞ୍ଜୁର ହୋଇଛି । ବର୍ତମାନ ଏହି କାମକୁ ପୂର୍ତ୍ତ ବିଭାଗକୁ ଦିଆଯାଇଛି । କାମ ଆରମ୍ଭ ହେଲାଣି ବୋଲି କହିଛନ୍ତି । ମାତ୍ର ବାସ୍ତବରେ କାମ ତଦନ୍ତ କରିବା ପାଇଁ ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖ‌ିବା ବେଳେ ବର୍ତ୍ତମାନ ସୁଦ୍ଧା କାମ ଆରମ୍ଭ ହୋଇନାହିଁ । ଏଥିପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ ମାତ୍ର ସେ ଫୋନ୍ ରିସିଭ୍ କରିନାହାନ୍ତି। ତେବେ କାମ ସଂସ୍କୃତି ଅଧିକାରୀ କାମ ଆରମ୍ଭ ହେଲା ପୂର୍ତ୍ତ ବିଭାଗ କରୁଛି କହୁଥିବା ବେଳେ କାମ ଆରମ୍ଭ ହୋଇନାହିଁ । କାମ ନ ହେବା କାରଣ କଣ ରହିଛି ? କେତେ ଜଣଙ୍କ ପାଇଁ ଅଟକିଛି ଏହି କାମ ? କଣ ରହିଛି ରହସ୍ୟ । ତେବେ ଗଜପତି ସେ ତେବେ ନିର୍ମାଣ ସଂସ୍କୃତି ଭବନ ଦେଖ‌ିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ