ସୋରଡା ଏନଏସିରେ ସ୍ଵାୟତ ଶାସନ ଦିବସ ପାଳିତ

ସୋରଡା,(ରଜନୀକାନ୍ତ ମହାପାତ୍ର)ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଵାୟତ ଶାସନ ଦିବସ ପାଳିତ ହୋଇଛି। ପରିଷଦ କାର୍ଜ୍ୟାଳୟ ରେ ସକାଳ ୭.୩୦ ମି ସମୟରେ ଅଧକ୍ଷ୍ୟ ଶିବ ଶଙ୍କର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବା ସହ ସୋରଡାରେ ଥିବା ବିଜୁ ବାବୁ,ଶଶୀ ଭୂଷଣ ରଥ ଓ ଗାନ୍ଧୀ ସ୍ମୃତି ଭବନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତୀ ଉପରେ ମାଲ୍ୟାର୍ପଣ କରିଥିଲେ। ପରେ ସୋରଡା ବ୍ଲକରେ ଓଶ୍ଵାନ କକ୍ଷରେ ଆୟୋଜିତ ରାଜ୍ୟସରକାରଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସୋରଡା ବିଧାୟକ ନୀଳମଣି ବିଶୋୟୀ, ଅଧକ୍ଷ୍ୟ ସୋରଡା ଏନଏସି ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିକ୍ଷାନିବେଶ ପ୍ରଣତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପରେ ସୋରଡା ମାର୍କେଟ କମ୍ପ୍ଲେକ୍ସରେ ଏକ କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ଏହା ସହ, ସହରରେ ବିଭିନ୍ନ କ୍ଷେତ୍ରରେ ନିଜର ଉକୃଷ୍ଟତା ପ୍ରମାଣ କରି ସମାଜ ପାଇଁ ଉଦାହରଣ ପାଲଟିଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରଯାଇଥିଲା। ସ୍ଵର୍ଗତ ଶ୍ୟାମ ସୁନ୍ଦର ମହାରଣା ଓ ଦେବରାଜ ମହାରଣାଙ୍କୁ କଳା କ୍ଷେତ୍ରରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ ସମୟ ଦେଇ ନିସ୍ଵାର୍ଥପର ଯୋଗଦାନ ପାଇଁ ମରୋଣନ୍ତର ସମ୍ମାନ ଦିଆଯାଇଥିଲା ସେହିପରି ବିଶ୍ଵନାଥ ପତିଙ୍କୁ କଳା ଓ ପରିମଳ ସେବା ପାଇଁ ସମ୍ମାନିତ କରଯାଇଥିଲା ସେହିପରି ମାତ୍ର ୪୦ ବର୍ଷ ବୟସରେ ୧୦୦ରୁ ଉର୍ଦ୍ଧ ଲୋକଙ୍କୁ ଶ୍ମଶାନ ସେବା ପାଇଁ ସମ୍ମାନିତ କରଯାଇଥିଲା, ନିଲାଞ୍ଚଳ ମଲ୍ଲିକଙ୍କୁ ସମାଜ ସେବା ଓ ସୋରଡା ଟେକନିକାଲ ଉଚ ବିଦ୍ୟାଳୟକୁ ଲଗାତର ୧୮ ବର୍ଷ ଧରି ୮୮ ପ୍ରତିଶତ ୧୦ମ ଶ୍ରେଣୀ ଫଳାଫଳ ପାଇଁ ସମ୍ମାନିତ କରଯାଇଥିବା ବେଳେ କୁନି ଚିତ୍ରକର ଶୁଭମ ସାହୁଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା। ଏହି ଅବସରରେ ସମସ୍ତ ସଫେଇ କର୍ମଚାରୀ, ଏନଏସି କର୍ମଚାରୀ ଓ ସ୍ବଚ୍ଛ ସାଥି ମାନଙ୍କୁ ନିଜ ନିଜ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟରତ ସାମ୍ବାଦିକ ମନକୁ ମଧ୍ୟ ସମ୍ମାନିତ କରଯାଇଥିଲା। ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଶୋୟୀ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ଅନ୍ୟ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ଵାଳ, ଅଧକ୍ଷ୍ୟ ଶିବଶଙ୍କର ପଣ୍ଡା, ଉପଧାକ୍ଷା ଭାଗ୍ୟଲତା ଡାକୁଆ, ଓ ସମସ୍ତ କାଉନ୍ସିଲର କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ ଏବଂ ମୁକ୍ତା ସଂଯୋଜକ ଜ୍ୟୋତିନ୍ଦ୍ର ତ୍ରିପାଠୀ କାର୍ଯ୍ୟ କ୍ରମ ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ