ଦୁଇ ସ୍ଥାନରୁ ଦୁଇ ଜଣଙ୍କ ଦ୍ୱାରା ବିଷଧର ସର୍ପ ଉଦ୍ଧାର

ବୁଗୁଡା,(ୱାଏନଏସ): ବୁଗୁଡା ବ୍ଳକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମର ସଭା ଡାକୁଆ ଘରେ ଏକ ନାଗ ସାପ ଥିବା ପରିବାର ଲୋକେ ଜାଣିବା ପରେ ମାଣିତରା ଗ୍ରାମର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ବିଶ୍ଵାଳଙ୍କୁ ଖବର ଦେଇଥିଲେ। ରାତ୍ର ହୋଇଥିଲେ ମଧ୍ୟ ସାପ ଧରାଳି ବିଶ୍ୱାଳ ଭୋଗଡା ଗ୍ରାମକୁ ଯାଇ ସଭା ଡାକୁଆ ଘରୁ କୌଶଳ ପ୍ରୟୋଗ କରି ନାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେଇଥିଲେ। ସେହିପରି ବୁଗୁଡା ଏନଏସି ଅନ୍ତର୍ଗତ ହରିଶରଣପୁର ଗ୍ରାମର ପ୍ରମୋଦ ମିଶ୍ରଙ୍କ ଗାଈ ଗୁହାଳରେ ଏକ ନାଗ ସାପ ଥିବା ଜାଣିବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବି.କରଡ଼ାବାଡ଼ି ଗ୍ରାମର ହରିଷ ଚନ୍ଦ୍ର ପାଢ଼ୀଙ୍କୁ ଖବର ଦେଇଥିଲେ। ସାପ ଧରାଳି ପାଢ଼ୀ ହରିଶରଣପୁର ଗ୍ରାମରେ ପହଞ୍ଚିଥି ପ୍ରାୟ ଏକ ଘଣ୍ଟା ପରିଶ୍ରମ କରି କୌଶଳ କ୍ରମେ ନାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ