ଶୌଚ ହେବାକୁ ଯାଇ ନଦୀରେ ଭାସିଗଲେ କଲେଜ ଛାତ୍ରୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ମଧ୍ୟାହ୍ନରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ମଧୁସ୍ମିିତା ଶତପଥି(୨୧) ନିକଟସ୍ଥ କପାଳୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବଢି ପାଣିରେ ଭାସି ଯାଇଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ । ଘର ନିକଟସ୍ଥ ନଦୀ ପଠାରେ ତାଙ୍କର ଗୋଟିଏ ଜୋତା ପଡିଥିବା ବେଳେ ଅନ୍ୟଟି ପାଣିରେ ଭାସୁଥିଲା । ଯାହାକୁ ନେଇ ସେ ପାଣିରେ ବୁଡି ଯ ।ଇଥିବା ସନ୍ଦେହ କରାଯାଇଥିଲା । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନ ଠାରୁ ଖେ।।ଜାଖୋଜି ଜାରି ରହିଥିଲା । ବୁଧବାର କନ୍ତିଆ ପୋଲର ଅନତି ଦୂରରେ ଥିବା ପଲେଇ ସାହି ଓ ମୁଣ୍ଡା ସାହି ମଝିରେ ଭାସି ଯାଇଥିବା ଛାତ୍ରୀଙ୍କର ମୃତ ଦେହ ମିଳିଥିଲା । ଘଟଣା ସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ôଚ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଥାଉକି, ଗ୍ରାମର ଚଗଲା ଶତପଥିଙ୍କ ଝିଅ ମଧୁସ୍ମିତା ସ୍ଥାନୀୟ କନ୍ତିଆ ସଂସ୍କୃତ ମହାବିଦ୍ୟାଳୟରେ ଶାସ୍ତ୍ରୀ ୩ୟ ବର୍ଷର ଛାତ୍ରୀ ଥିଲେ । ସେ ପରିବାରର ଏକମାତ୍ର ମାତ୍ର ଝିଅ ହୋଇଥିବା ବେଳେ ବାପା ପୂଜାରୀ କର୍ମ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ସମ୍ପୃକ୍ତ କଲେଜ ଛାତ୍ରୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏନେଇ ସମ୍ପୃକ୍ତ କଲେଜରେ ଶୋକ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ