ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ

ହାଟଡିହି, (ବିକାଶ ବିଶ୍ୱାଳ):ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ନବ କିଶୋର ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଘସିପୁରା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ଟୁକୁଣାର ଅଧ୍ୟକ୍ଷ ଗୋପୀନାଥ ପଣ୍ଡା , ସ୍ଵତନ୍ତ୍ର ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସଂସ୍କୃତ ସଂଘର ସଭାପତି ମଧୁସୂଦନ ମିଶ୍ର , ସମ୍ମାନୀତ ଅତିଥି ଭାବେ ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ , ଅନିରୁଦ୍ଧ ସେଠୀ ,ନବଘନ ନାୟକ , ଶିଶିର କୁମାର ବିଶ୍ଵାଳ , ବ୍ଲକ ସଂସ୍କୃତ ସଂଘର ସଭାପତି ବିଦ୍ୟୁତ ଲତା ଦାସ , ବ୍ଲକ ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ଯଥା ଗୀତା ଶ୍ଳୋକ ଆବୃତିରେ ବିଭୂ କିଶୋର ନନ୍ଦ , ସଂଗୀତ ଆବୃତ୍ତି ରେ କଳିଗାଁ ହାଇସ୍କୁଲର ସାଇ ଶାଶ୍ଵତ ସେଠୀ , ବକ୍ତୃତାରେ ଓରାଳି ଜି .ସି ଗାର୍ଲସ ହାଇସ୍କୁଲର ଶୁଭଲକ୍ଷ୍ମୀ ଜେନା , ଶବ୍ଦ ଧାତୁ ପ୍ରତିଯୋଗୀତାରେ କଳିଗାଁ ହାଇସ୍କୁଲର ରାଜକିଶୋର ସାହୁ କୃତକାର୍ଯ୍ୟ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ଉତିନ୍ନ ହୋଇଥିଲେ । ପ୍ରାରମ୍ଭରେ ଶାସଙ୍ଗ ହାଇସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ଗାନ କରାଯାଇ ଥିବା ବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା ଦେବପାଠ କରିଥିଲେ । ଶିକ୍ଷକ ଗୌରାଙ୍ଗ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନରେନ୍ଦ୍ର ପ୍ରସାଦ ବେହେରା ଧନ୍ୟବାଦ ଅପର୍ଣ କରିଥିଲେ । ଶିକ୍ଷକ ରାଧାକୃଷ୍ଣ ପତି , ମାଧବାନନ୍ଦ ଜେନା , ଶାନ୍ତନୁ କୁମାର ରାଉତ , ପ୍ରଦୀପ କୁମାର ସ୍ୱାଇଁ , ରମେଶ ଚ଼ନ୍ଦ୍ର ନାୟକ , ପର୍ଶୁରାମ ନାୟକ , ସତ୍ୟବ୍ରତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ