ପଞ୍ଚାୟତ କାର୍ଯ୍ୟାଳୟରେ ତାଲା, ହିତାଧିକାରୀଙ୍କ ଠାରେ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବାଗଶାଳା ପଞ୍ଚାୟତ କାର୍ଯ୍ୟଳୟରେ ତାଲା ଝୁଲୁଥିବା ଯୋଗୁ ରାସନ କାର୍ଡ ହିତାଧୂକାରୀମାନେ ସେମାନଙ୍କ କେୱାଇସି ଦାଖଲ କରିପାରିନଥିବା ଅଭିଯୋଗ ହୋଇଛି. ଏଥିଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ କେତେକ ମହିଳା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ. ତାଲା ଝୁଲୁଥିବା ଯୋଗୁ ଏହି ମହିଳାମାନେ ରାସନ୍ କାର୍ଡ ହିତାଧୂକାରୀ ହୋଇଥିବାରୁ ସେମାନଙ୍କ କେୱାଇସି ଦାଖଲ କରିପାରିଲେ ନାହିଁ. ଏଥିସହ ଅନ୍ୟ କେତେକ ହିତାଧିକାରୀ ପ୍ରାୟ ଦିନ ଗୋଟାଏରୁ ଅପେକ୍ଷା କରି ରହିଥ‌ିବା ମଧ୍ୟ ଅଭିଯୋଗ ହୋଇଛି. ଗତକାଲି ବୁଧବାର ସରକାରୀ ଭାବେ କୌଣସି ଛୁଟି ନଥିବାବେଳେ ଏଭଳି କାହିଁକି ତାଲା ପକାଗଲା ସେ ନେଇ ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ