ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା,ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆର .ଉଦୟଗିରି ତହସିଲ ଅଧିନସ୍ଥ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଧାନ ମନ୍ତ୍ରୀ ଜନମନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ରେ ବିଭିନ୍ନ ବିଭାଗ ଦ୍ଵାରା ପଞ୍ଚାୟତର ସୌରା ଆଦିମ ଅଧିବାସୀ PVTG ମାନଙ୍କୁ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯାଇ ସଚେତନତା କରଯାଇଥିଲା। ଏଥି ମଧ୍ୟରେ ତହସିଲ କାର୍ଯ୍ୟାଳୟ ତରଫରୁ ମୋଟ ୨୧ ଜଣ ହିତାଧିକାରୀଙ୍କୁ ମୋ ଜଙ୍ଗଲ ଜମି ଯୋଜନା ରେ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବା ସହ ଅନ୍ୟ ପ୍ରମାଣ ପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ତହସିଲଦାର ଉଦୟଗିରି ଜ୍ୟୋତିମୟ ଦାସ, ବନମାଳି ଭୂୟାଁ, ସ୍ଵତନ୍ତ୍ର ଅଧିକାରୀ ଏସଡିଏ ଚନ୍ଦ୍ରଗିରି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାରିମନ୍ ଖର୍ସେଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ନିବେଦିତା ପଣ୍ଡା, ସିଡ଼ିପିଓ ଲଳିତା ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମ କର୍ତ୍ତା ଓ ମାନେ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ