ଟାଟା ସଲ୍‌ଟ ପକ୍ଷରୁ ଜାତୀୟ ପୋଷଣ ସପ୍ତାହରେ ଆୟୋଡିନ୍ ଲୁଣର ମହତ୍ୱକୁ ସୁଦୃଢ଼ କରାଯାଇଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୯୮୩ରେ ଶୁଭାରମ୍ଭ ହେବା ପରଠାରୁ ଆୟୋଡିନ୍ ଅଭାବ ବିରୋଧରେ ଭାରତର ଲଢେଇରେ ଟାଟା ସଲ୍‌ଟ ପ୍ରମୁଖ ଭୂମିକା ନିର୍ବାହ କରିଛି । ଆୟୋଡିନ ଅଭାବ ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପୀଡ଼ିତ ଥିଲେ । ଭାରତର ପ୍ରଥମ ଆୟୋଡାଇଜଡ୍ ଲୁଣ ବ୍ରାଣ୍ଡ୍ ଭାବେ ଟାଟା ସଲ୍‌ଟ ଗୁଣାତ୍ମକ ମାନ ଲାଗି ମାନକ ନିର୍ଧାରଣ କରିଥିବା ବେଳେ ଆୟୋଡିନ୍ ଲୁଣକୁ ଦେଶର ଘରେ ଘରେ ପହଂଚାଇଛି । ବିଗତ ବର୍ଷଗୁଡ଼ିକରେ ଏହା ବିଶ୍ୱାସ ଓ କଲ୍ୟାଣର ଏକ ପରିଣତ ହୋଇପାରିଛି ଯାହା କୋଟି କୋଟଇ ଭାରତୀୟଙ୍କ ଦୈନନ୍ଦୀନ ଜୀବନରେ ସାମିଲ ହୋଇପାରିଛି ।ଆୟୋଡିନ ହେଉଛି ଏକ ଆବଶ୍ୟକ ଅଣୁପୋଷକ ତତ୍ୱ ଯାହା ସାଧାରଣ ବିକାଶ, ଥାଇରଏଡ୍ ଓ ମସ୍ତିଷ୍କ କାର୍ଯ୍ୟକ୍ଷମତା ପାଇଁ ଆବଶ୍ୟକ । ଆୟୋଡିନ୍ ଅଭବରେ ଗୋଇଟ୍ରେ ଓ ପିଲାଙ୍କ ବିକାଶ ବିଳମ୍ବ ହେବ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ଆୟୋଡିନ୍ ଲୁଣ ସେବନ କରିବା ଲାଗି ନିୟମିତ ସଚେତନତାର ଆବଶ୍ୟକତା ରହିଛି ।ଏହି ଆହ୍ୱାନର ମୁକାବିଲା କରିବାରେ ଟାଟା ଷ୍ଟିଲ୍ ଆଗର ରହିଛି କାରଣ ଏହାର ଲୁଣରେ ସଠିକ ପରିମାଣର ଆୟୋଡିନ୍ ରହିଛି । ଏହି ପଦକ୍ଷେପ ଦ୍ୱାରା ଆୟୋଡିନ ଅଭାବ ଜନିତ ସମସ୍ୟା (ଆଇଡିଡି) ହ୍ରାସ ପାଇଥିବା ବେଳେ ଭାରତରେ ଜନସ୍ୱାର୍ଥ ପ୍ରତି, ବିଶେଷ କରି ପିଲାମାନଙ୍କ ପାଇଁ ଏହା ସହାୟକ ହୋଇଛି । କାରଣ ମସ୍ତିଷ୍କ ବିକାଶ ଲାଗି ଆୟୋଡିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଉଥିବା ବେଳେ ସଠିକ୍ ପରିମାଣର ଆୟୋଡିନ୍ ସହିତ ଆୟୋଡିନ୍ ଲୁଣ ପ୍ରଦାନ କରିବାକୁ ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି । ଘରେ ଘରେ ଆୟୋଡିନ୍ ଲୁଣ ପହଂଚାଇ ଦେଶର ପୋଷଣ ସ୍ୱାସ୍ଥ୍ୟକୁ ସମର୍ଥନ ପ୍ରଦାନ କରିବାରେ ଟାଟା ଷ୍ଟିଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହାର ଅଭିଯାନ ଏକ ଅଧିକ ସ୍ଥାୟୀ ଭାରତ ପ୍ରତି ଯୋଗଦାନ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ