ପ୍ରିୟାଂଶି ମହାନ୍ତିଙ୍କ ନାମ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ଗ୍ରାମର ରଂଜିତ ମହାନ୍ତି ଓ ତପସ୍ୱିନୀ ମଲିକଙ୍କ ୪ ବର୍ଷ ୮ ମାସର ଝିଅ ପ୍ରିୟାଂଶି ମହାନ୍ତିଙ୍କ ନାମ ଇଣ୍ଡିଆ ବୁକ ଅଫ୍ ରେକର୍ଡ ରେ ସ୍ଥାନିତ ହୋଇଛି । ସର୍ବ ଭାରତୀୟ ସ୍ତରରେ ସର୍ବ କନିଷ୍ଠ ଭାବେ ତାଙ୍କୁ ଏହି ସମ୍ମାନଜନକ ରେକର୍ଡ ବୁକ୍‌ରେ ସ୍ଥାନିତ ମିଳିଛି । ଇଣ୍ଡିଆ ବୁକ ଅଫ୍ ରେକର୍ଡ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରିୟାଂଶି ଅଂଶ ଗ୍ରହଣ କରି ୧୫ଟି ପକ୍ଷୀ,୧୮ଟି ପ୍ରାଣୀ,୧୦ଟି ରଙ୍ଗ, ୧୩ଟି ଫଳ, ୧୬ଟି ପନିପରିବା, ଶରୀରର ୩୬ଟି ଅଂଶର ବନାନ ଏବଂ ଅନୁବାଦ, ୧୧ଟି ରଙ୍ଗକୁ ଇଂରାଜୀରୁ ହିନ୍ଦୀ; ୧୨ ମାସର ନାମ ଓ ବନାନ, ସପ୍ତାହ ଓ ଦିନମାନଙ୍କର ନାମ ଏବଂ ୩୬ଟି ଇଂରାଜୀ ଶଦ୍ଦ, ୧ରୁ ୨୦ ସଂଖ୍ୟା ପର୍ଯ୍ୟନ୍ତ ନାମ ଓ ପଠନ, ୨ରୁ ୨୦ ପର୍ଯ୍ୟନ୍ତ ଗୁଣନ ଓ ସାରଣୀ; ୧୬ଟି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତର ଏବଂ ଜାତୀୟ ସଂଗୀତ ଗାନ ଆଦି କରିଥିଲେ । ଏହି ସଫଳତା ପାଇଁ ପ୍ରିୟାଂଶିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରିୟାଂଶୀ ଏହି ସଫଳତା ହାସଲ କରିଥିବାରୁ ନାଉଗାଁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି ତଥା ଅଧ୍ୟାପିକା ବିଜୟୀନି ପଢିହାରୀ, ବିଧିକା ଦାସ, ପୂର୍ଣ୍ଣିମା ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରିୟାଂଶିକୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଶୁଭେଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ