ସୁଭଦ୍ରା ଯୋଜନା ର ଲୋକାର୍ପଣ ଛତ୍ରପୁର ଠାରେ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମ କୁ ଦେଖିଲେ ମହିଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ତେବେ ପ୍ରଥମଥର ମୋଦି ଓଡ଼ିଶାରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି , ଏ ନେଇ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ଯୋଜନା ସୁଭଦ୍ରା ଯୋଜନାର ଭୁବନେଶ୍ୱର ଠାରେ ରହି ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଏହି ପରିପ୍ରେକ୍ଷୀ ରେ ସ୍ଥାନୀୟ ଅନସ୍ଲୋ ଖେଳ ପଡିଆ ଠାରେ ମହତକାରୀସୁଭଦ୍ରା ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମ ଏଲଇଡ଼ି ମାଧ୍ୟମରେ ମହିଳା ମାନେ ଦେଖିଥିଲେ l ଓଡିଶା ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନାର ଶୁଭଆରମ୍ଭ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି, ନିର୍ବାଚନ ବେଳେ ଯାହା କଥା ଦେଇ ଥିଲେ ତାହା ରଖିଲେ ଆମ ସରକାର ତଥା ମୋହନ ସରକାର ବୋଲି ସେ କହିବା ସହିତ ମା ପାଇଁ ଗଛ ଟିଏ ନିମନ୍ତେ ସମସ୍ତେ ବୃକ୍ଷ ରୋପଣ କରିବାକୁ ସେ କହିଥିଲେ, ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଡୁଡା ପିଡି ରବୀନ୍ଦ୍ର କୁମାର ପଟେଲ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଡିପିଓ ପ୍ରଣମିତା ପଣ୍ଡା, ଓଡିଶା ଜୀବିକା ମିଶନ ର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ସମେତ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ ସଭ୍ୟା ଏବଂ ଛତ୍ରପୁର ଏନଏସିର ବହୁ କାଉନସିଲର,ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏବଂ ମହିଳା ମାନେ ଉପସ୍ଥିତ ଥିଲେ, ଏହି ଅବସର ରେ ସ୍ୱଛତା ହିଁ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆପ ର ଶୁଭାରମ୍ଭ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ