ଚନ୍ଦ୍ରପୁରୁ ଵ୍ଲକ ଗସ୍ତରେ ଜିଲ୍ଲାର କୃଷ ଅଧିକାରୀ

ମୁନିଗୁଡା,(ୱାଏନଏସ): ରାୟଗଡା ଜିଲ୍ଲାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରୁ ବ୍ଲକରେ ନୂତନଭାଵେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର ଗସ୍ତ କରିଛନ୍ତି।କୃଷି ଅଧିକାରୀ କର ତାଙ୍କ ଗସ୍ତ ସମୟରେ ଅଗ୍ରଣୀ ପ୍ରଭାତ ଏନଜିଓ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକରେ ଲୋକମାନେ କେତେ ପରିମାଣରେ ଉପକୃତ ହୋଇ ସ୍ବାବଲମ୍ଵୀ ହୋଇ ପାରିଛନ୍ତି ତା ଉପରେ ପରିଦର୍ଶନ ସମୟରେ ତଦନ୍ତ କରିଥିଲେ। ପ୍ରକଳ୍ପ ଗୁଡିକ ହେଲା-ଶ୍ରୀ ଅନ୍ନ ଅଭିଯାନ ତରଫରୁ କ୍ଷୁଦ୍ରଦାନା ଶସ୍ୟ, ଯଥା- ମାଣ୍ଡିଆ, କୋଷଳା କ୍ଷେତ୍ର। ପ୍ରକଳ୍ପ-ସମନ୍ୱିତ ଚାଷ ତରଫରୁ ରାଶି ବିହନ ଉତ୍ପାଦନ କ୍ଷେତ୍ର, ଦେଶୀ କୁକୁଡ଼ା ଉତ୍ପାଦନ କେନ୍ଦ୍ର, ଛେଳି ଗୁହାଳ, ବିରି ଉତ୍ପାଦନ କ୍ଷେତ୍ର ସମେତ ମୁଖ୍ୟମନ୍ତ୍ରୀଙ୍କ ମକା ମିଶନ ତରଫରୁ ମକା ଉତ୍ପାଦନ କ୍ଷେତ୍ର ପରିଦର୍ଶନ କରିଥିଲେ। ତାଙ୍କ ସହିତ ବ୍ଲକ କୃଷି ଅଧିକାରୀ ଓ ସମ୍ମନ୍ବୀତ ଚାଷର ପ୍ରକଳ୍ପ ସଂଯୋଜକ ଏବଂ ପ୍ରଭାତ ସଂସ୍ଥାର ସମସ୍ତ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ। ପ୍ରକଳ୍ପ କାର୍ଯ୍ୟ ଶୈଳି ଓ ଅଞ୍ଚଳର ଆଦିବାସୀ ଓ ଅଣ ଆଦିବାସୀ ମାନେ ଏହି ସଵୁ ପ୍ରକଳ୍ପ ଚାଷରେ ଅଗ୍ରଗତି କରିଥିବାରୁ ଜିଲ୍ଲା କୃଷି ଅଧିକାରୀ ଏନଜିଓକୁ ପ୍ରସଂଶା କରିବା ସହ ଅଧିକ ସହଯୋଗର ହାତ ଵଢାଇବେ ଵୋଲି ମତ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ