ଏକାଡେମିକ୍ ଅଖଣ୍ଡତା ଉପରେ ଟର୍ନିଟିନ୍ ଅନସାଇଟ୍ କର୍ମଶାଳା ଅନୁଷ୍ଠିତ
ବ୍ରହ୍ମପୁର,(ଅନିଲ କୁମାର):ବିଶ୍ୱବିଦ୍ୟାଳୟ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ଯାପକ ଓ ଅଧ୍ଯାପିକା ମାନଙ୍କ ପାଇଁ ଏକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ହୋଇଯାଇଅଛି। ଏହା କୁ ବିଶ୍ୱବିଦ୍ୟାଳୟ ର ସ୍ନାତୋକତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଓ କୁଳସଚିବ ଶ୍ରୀସଚିଦା ନନ୍ଦ ନାୟକ ଆନୁଷ୍ଠାନିକ ଭାବେ ଉଦଘ।ଟନ କରି ତୁରନିଟିନ ପ୍ଲାଗିରିଷ୍ମ ଦେଟେକ୍ସନ ସଫ୍ଟୱାରେ ଓ ଅନ୍ଯାନ୍ଯ ଇ ରିଷୋୖରସର ଉପାଦେୟତା ଓ ବହୁଳ ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଫେସର ଜ୍ୟୋସ୍ନା ସାହୁ, ନିର୍ଦେଶିକା, ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ବିଭିନ୍ନ ବ୍ଯବହାରିକ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମରେ ତୁରନିଟିନ ଇଣ୍ଡିଆ ପି ଭି ଟି ଲିମିଟେଡ଼ ପ୍ରଶିକ୍ଷଣ ବିଶେଷଜ୍ଞ ଶ୍ରୀ ଗୌତମ ରାଭାଲ ଓ ଶ୍ରୀ ଅଭିଶେକ ରୟ ତୁରନିଟିନ ପି ଡି ଏସର ବିଭିନ୍ନ ବ୍ଯବହାରିକ ଦିଗ ସବନ୍ଧ ରେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ଆୟୋଜକ କମିଟି ସଦସ୍ୟ ଡ:ଜିତେନ୍ଦ୍ର କୁମାର ବେହେରା, ଭାରପ୍ରାପ୍ତ ଗ୍ରନ୍ଥଗIରକ, ଡ: ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥାଗାରିକା ଓ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥାଗାରିକା ଦ୍ୱାରା ସୁଚାରୁ ରୂପେ ସଂପାଦିତ ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକI, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ସଫଳମଣ୍ଡିତ କରିଥିଲେ। ପରିଶେଷରେ ସହ ସଂଯୋଜକ ଶ୍ରୀ ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।