ଜିଲ୍ଲା ସ୍ତରୀୟ କଳା ଉତ୍ସବ ୨୦୨୪ ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମ ଜିଲ୍ଲା ସ୍ତରୀୟ କଳା ଉତ୍ସବ ବ୍ରହ୍ମପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ୍ କ୍ୟାମ୍ପସ ଠାରେ ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ଅମିତା ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଏସଟି ଏସସି ଶିକ୍ଷା ସଂଯୋଜକ ଡ ସରୋଜ ମୋହନ ପାଳ ଓ ଜିଲ୍ଲା ମିଲ୍ଲେଟ୍ ମିଶନ୍ ର ଡିପିସି ଶ୍ରୀ ଅଭିମନ୍ୟୁ ମହାରଣା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଡ ପ୍ରଭାତୀ କୁମାରୀ ମହାପାତ୍ର ମଞ୍ଚରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲାର ୨୨ ଟି ବ୍ଲକର ନବମ ରୁ ଦ୍ଵାଦଶ ଶ୍ରେଣୀ ବର୍ଗରେ ୧୨୦ ଜଣ ପ୍ରତିଯୋଗୀ ନୃତ୍ୟ , ସଙ୍ଗୀତ, ନାଟକ , ଚିତ୍ରକଳା, ବାଦ୍ୟଯନ୍ତ୍ର ବାଦକ ଓ ପାରମ୍ପରିକ ଗପ କହିବା ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ସମେତ ସମ୍ମାନିତ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ ଓ ଶ୍ରୀ ରାଜେଶ କୁମାର ପ୍ରଧାନ , ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି, ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡା ଉପସ୍ଥିତ ଥିଲେ l ଅଂଶଗ୍ରହଣକାରୀ ଛାତ୍ର ଛାତ୍ରୀଙ୍କ କଳାତ୍ମକ ପ୍ରଦର୍ଶନ ଅତିଥି ମାନଙ୍କ ଉଚ୍ଚ ପ୍ରଶଂସିତ ହୋଇଥିଲା l ସମସ୍ତ କୃତି ଛାତ୍ର ଛାତ୍ରୀ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ସଙ୍ଗୀତରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ରମ୍ଭାର ରଞ୍ଜନ କୁମାର ପ୍ରଧାନ, ବାଦ୍ୟଯନ୍ତ୍ର ବାଦକରେ ଭୂତ ସରସିଂ ଉଚ୍ଚ ବିଦ୍ୟାଳୟର ଜି ପପ୍ପୁ ରେଡ୍ଡୀ, ନୃତ୍ୟରେ ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡିର ବିଭୁଦତ୍ତ ସାହୁ ଓ ପ୍ରିତମ ସାହୁ , ନାଟକରେ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ, ଚିତ୍ର କାଳରେ ଏନଏସି ନୋଡାଲ ଉଚ୍ଚ ବିଦ୍ୟାଳୟ ଆସ୍କାର ଜିଗ୍ନେଶ ସ୍ୱାଇଁ, ପାରମ୍ପରିକ ଗପ କହିବାରେ ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଦୁହିତା ମୁଦୁଲି ପ୍ରଥମ ସ୍ଥାନ ହାସଲ କରିବା ସହ ଆଗାମୀ ନଭେମ୍ବର ୮ ତାରିଖରେ ବିଜେବି ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ କଳା ଉତ୍ସବକୁ ମନୋନୀତ ହୋଇଛନ୍ତି l ପରିଶେଷରେ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଶ୍ରୀ ବିନ୍ଦୁଲାଲ ପାତ୍ର, ବିଜୟ କୁମାର ପାଢ଼ୀ, ଅରୁଣ କୁମାର ପ୍ରଧାନ, କମଳ କୁମାରୀ ପଟ୍ଟନାୟକ, ଟି ଲଡୁ କିଶୋର ପାତ୍ର, ସୁଜ୍ଞାନୀ ସ୍ୱାଇଁ , ବିପିନ ବିହାରୀ ପାଠୀ ଏହି ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ