ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ରର ପୁନଃ ପ୍ରାରମ୍ଭ ସମାରୋହ

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢୀ):ଇମ୍ଫା ପାରିପାର୍ଶ୍ଵକ ଅଂଚଳର ୨୫ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରାଇବା ର ଲକ୍ଷ ନେଇ ଇମ୍ଫା ର ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ପରିଚାଳିତ ସିଲେଇ ତାଲିମ କେନ୍ଦ୍ରରେ ସିଲେଇ ତାଲିମର ପୁନଃ ପ୍ରଶିକ୍ଷଣ ଶୁଭାରମ୍ଭ ଗୋପବନ୍ଧୁ ନଗରସ୍ଥିତ ଇମ୍ଫା ଏମ୍ପ୍ଲୟୀଜ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର ଉପ-ସଭାପତି ଶ୍ରୀମାନ ଧର୍ମେଶ ଗୋଏଲ ,ଇମ୍ଫା ର ଯାନ୍ତ୍ରିକ ବିଭାଗର ମୁଖ୍ୟ ପରିଚାଳକ ଶ୍ରୀମାନ ଏମ.ଶ୍ରୀନିଭାସ , ଇମ୍ଫା ମାନବ ସମ୍ବଳ ଓ ପ୍ରଶାସନିକ ବିଭାଗର ଉପ-ମୁଖ୍ୟ ପରିଚାଳକ ବଂଶୀଧର ଓ ସମୀର କୁମାର ରାଉତ, ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା , ସୁଶ୍ରୀ ସ୍ୱାତୀ ମହାପାତ୍ର ପରିଚାଳିକା(ମାନବ ସମ୍ବଳ) ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଥେରୁବାଲି ରେ ଅନେକ ବର୍ଷଧରି ମହିଳା ଓ କିଶୋରୀ ବାଳିକା ମାନଙ୍କ ପାଇଁ ସିଲେଇ ତାଲିମ କେନ୍ଦ୍ର ପରିଚାଳିତ ହେଇଆସୁଛି ଏବଂ ଦଳ ଦଳ କରି ତାଲିମ ଦିଆ ଯାଉଛି। ସ୍ଥାନୀୟ ଅଞ୍ଚଳର ଔଦଗିକ ୨୫ ଜଣ ମହିଳାଙ୍କୁ ନେଇ ସିଲେଇ ତାଲିମ ପ୍ରଶିକ୍ଷଣ ର ପୁନଃ ପ୍ରାରମ୍ଭ କରାଯାଇଛି ଯାହାକି ଆସନ୍ତା ଡିସେମ୍ବର ମାସ ୨ ତାରିଖରୁ ଆରମ୍ଭ ହୋଇ ଜୁନ ମାସ ୧ ତାରିଖ ଯାଏ ଚାଲିବ ଓ ଏଥିରେ ଉଭୟ ମହିଳା ଓ ପୁରୁଷ ମାନଙ୍କ ପୋଷାକ ସିଲେଇ ତାଲିମ ପ୍ରଶିକ୍ଷକ ଶ୍ରୀମାନ କଣ୍ଡୁରି ଅପନା ଙ୍କ ଦ୍ଵାରା ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ ଏହ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅପରାହ୍ନ ୨ ଟା ରୁ ୪ ଟା ଯାଏ ଚାଲୁ ରହିବ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା। ଏହି କାର୍ଯ୍ୟକ୍ରମରେ ବଂଶୀଧର ଓ ଇଲାପଣ୍ଡା କାମ କରୁଥିବା ସ୍ଥାନୀୟ ପଂଚାୟତ ର ବିଭିର୍ଣ୍ଣ ଗ୍ରାମରୁ ୨୫ ଜଣ ମହିଳା ତାଲିମ ରେ ଅଂଶ ଗ୍ରହଣ କରିଛନ୍ତି। ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଯେଉଁ ଲକ୍ଷ୍ୟ ନେଇ ଏହି ତାଲିମ କାର୍ଯ୍ୟକ୍ରମ ପ୍ରାରମ୍ଭ କରିଛନ୍ତି ତାହାର ଲକ୍ଷ୍ୟ ପୂରଣ କରିବା ଦିଗରେ ଆଜିର କାର୍ଯ୍ୟକ୍ରମ ସହାୟକ ହେବ। ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲା ପଣ୍ଡା ଫୋଉଣ୍ଡେସନ ର ପ୍ରକଳ୍ପ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା ପରିଚାଳନା କରିଥିଲା ବେଳେ ଏହାର କର୍ମକର୍ତ୍ତା ମାନସୀ, ଗୋଲବଦନ, ଚମ୍ପା, ଲିପ୍ସା , ସୁଶାନ୍ତି ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଭଳି ଏକ ଅବସର ଓ ସୁଯୋଗ ପ୍ରଦାନ କରିଥିବାରୁ ତାଲିମ ପ୍ରାର୍ଥୀନୀ ମହିଳାମାନେ ଇମ୍ଫା ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ