ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଖେଳକୁଦ ସମାରୋହ

ଚିକିଟୀ,(ପୁଷ୍ପାଞ୍ଜଳୀ ମିଶ୍ର):ଚିକିଟୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଷଡବିଂଶତମ ବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରାଧାଚରଣ ସାହୁ ଅଂଶ ଗ୍ରହଣ କରି ଶିଶୁଙ୍କୁ ସ୍ୱାସ୍ଥ୍ୟବାନ୍ ହେବା ପାଇଁ କ୍ରୀଡା ପ୍ରତିଯୋଗୀତାରେ ଦକ୍ଷତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ,ସହ ସମ୍ପାଦକ କେ ସିମାଞ୍ଚଳ
ସଦୟ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀଙ୍କ ସୁନ୍ଦର ପରିଚାଳନାରେ ଜିତେନ୍ଦ୍ର ଗୁରୁଜୀ, ଋତୁପୂର୍ଣ୍ଣ ଗୁରୁଜୀ, ରବି ରାଉଳ ଗୁରୁଜୀ ଏବଂ ରଞ୍ଜିତ ଗୁରୁଜୀଙ୍କ ତତ୍ତ୍ଵାବଧାନରେ ଦୌଡ,ଡିଆଁ ଓ ଗୋଳାଫିଙ୍ଗା ରେ ପ୍ରାକ୍ ଶିଶୁ, ଶିଶୁ,ବାଳ ଓ କିଶୋର ବିଭାଗର ସହ ଶିଶୁ ବାଟିକାର
ମୋଟ ୬୮ ଖେଳରେ ୬୫୦ ଜଣ ଶିଶୁ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସର୍ବଶ୍ରେଷ୍ଠ ଖେଳାଳୀ ମାନେ ଆସନ୍ତା ମାସରେ ମୋହୋନା ଠାରେ ଅନୁଷ୍ଠିତ ହେବାକୁ ଥିବା ସଂକୁଳକ୍ରୀଡାରେ ଯୋଗଦେବା ପାଇଁ ନିର୍ଣ୍ଣାୟକ ମାନେ ମନୋନୀତ କରିଛନ୍ତି। ଅନ୍ୟ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ। ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତଙ୍କ ସହଯୋଗରେସଫଳ ରୂପାୟନ ହୋଇପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ