ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଧନା ସମାରୋହ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ରଇତ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀହରି ବାରିକ ସାନଖେମୁଣ୍ଡି ବ୍ଲକର ଏବିଇଓ ରାମଚନ୍ଦ୍ର ପଣ୍ଡା, ପୂର୍ବତନ ପ୍ରଧାନଶିକ୍ଷକ ବି ସିମାଞ୍ଚଳ ରେଡ୍ଡୀ ପୂର୍ବତନ ଶିକ୍ଷକ ଜଗବନ୍ଧୁ ରାଉତ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣବ ନାୟକ, ସମିତି ସଭ୍ୟା ପ୍ରତିନିଧି ଭଗବାନ ରାଉତ ମଞ୍ଚାଷିନ ଅତିଥି ମାନେ ଯୋଗ ଦେଇ ଶିକ୍ଷକ ନକୁଳ ଜେନା ଓ ଭଜରାମ ସାମନ୍ତରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଉକ୍ତ ବିଦ୍ୟାଳୟରେ ନକୁଳ ଜେନା ହିନ୍ଦୀ ଶିକ୍ଷକ ଓ ଭଜରାମ ସାମନ୍ତରା କ୍ରୀଡା ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ ୧୯୮୪ମସିହା ରୁ ସେମାନଙ୍କର ଉତ୍ତମ କାର୍ଯ୍ୟକଳାପ, ଶିକ୍ଷକତା, ଅନୁଶାସନ , ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସ୍ନେହ ଓ ବ୍ୟବହାର ଇତ୍ୟାଦି ଚର୍ଚ୍ଚା କେବଳ ବିଦ୍ୟାଳୟ ଭିତରେ ସୀମିତ ନ ଥିଲା ଅଞ୍ଚଳରେ ପ୍ରସଂଶା ମିଳୁଥିଲା।ଏହି ସଭାରେ ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏହା ସହିତ ବିଦ୍ୟାଳୟ ତରଫରୁ ଓ ଆଲୁମିନି ଗ୍ରୁପ୍ ତରଫରୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସୁନୀତା ନାୟକ ମଞ୍ଚ ପରିଚାଳନା ଓ ସୁଶ୍ରୀ ନିବେଦିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ପୂର୍ବତନ ଛାତ୍ର ପ୍ରଶାନ୍ତ ସାହୁ,ଶଙ୍କର ଲେଙ୍କା,ସାମ୍ବାଦିକ କାଳୁ ଚରଣ ନାହାକ ,ଜିତେନ୍ଦ୍ର ନାହାକ ,ମିଟୁ ବେହେରା,କାହ୍ନା ନାହାକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ