ଗୁରୁକୃପା ଆବାସିକ ବିଦ୍ୟାଳୟର ଶୁଭ ଆଶ୍ରିବାଦ ଉତ୍ସବ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଗୁରୁକୃପା ଆବାସିକ ବିଦ୍ୟାଳୟ, ଭଞ୍ଜନଗର, ତରଫରୁ ଗତ ରବିବାର ଦିନ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଦାୟ କାଳୀନ ସଭା “ଶୁଭ ଆଶ୍ରିବାଦ ଉତ୍ସବ” ସ୍ଥାନୀୟ ବନ ବିହାର ଠାରେ ବିଦ୍ୟାଳୟ ର ସଭାପତି ଏସ୍ ସୂର୍ଯ୍ୟ ନାରାୟଣ ଦୋରା ଙ୍କ ସଭାପତିତ୍ବ ରେ ଆୟୋଜିତ ହୋଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପସରା ର ପ୍ରଧାନ ଶିକ୍ଷକ, ଭେଜିପୁଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ, ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡଙ୍ଗୀ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଭାତ ରଥ ପିଲାଙ୍କ ଭବିଷ୍ୟତ ସହ ପାଠ ପଢା ର ସମ୍ପର୍କ ବିଷୟରେ ପିଲାଙ୍କୁ ବୁଝାଇ ଥିଲେ। ଅନ୍ୟାନ୍ୟ ଅତିଥିମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା ସହିତ, ସମାଜର ଏବଂ ବିଦ୍ୟାଳୟ ର ଉନ୍ନତ କାମନା କରିଥିଲେ। ଏବଂ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ଉପଦେଶ ଇତ୍ୟାଦି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଭୋଜି କାର୍ଯ୍ୟ ସହ ନାଚ, ଗୀତ,ଖେଳ ର ମଜା ନେଇଥିଲା ଛାତ୍ର ଛାତ୍ରୀ ମାନେ।