୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା୨୦୨୫-୨୬ ଉଦଘାଟିତ

ବାଲେଶ୍ଵର(ସରୋଜ ପଣ୍ଡା): ଅପରାହ୍ନ ଘ. ୨ଟୀକାରେ ବାଲେଶ୍ଵର ସ୍ଥିତ ପରମିଟ ପଡ଼ିଆରେ ୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଏଥଲେଟିକ୍ସ , ସଫ୍ଟ ବଲ ଏବଂ ବେସ୍ ବଲ ପ୍ରତିଯୋଗୀତା -୨୦୨୫-୨୬ ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି ରାଜ୍ୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ ବାଲେଶ୍ଵର ଜିଲ୍ଲାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରାଜ୍ୟ କ୍ରୀଡା ପତାକା ଉତ୍ତୋଲନ କରିବା ସଙ୍ଗେ ସଙ୍ଗେ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ସଂପର୍କରେ ଘୋଷଣା କରିଥିଲ। ବେଳେ ଜିଲ୍ଲା କ୍ରୀଡ଼ା ପତାକାକୁ ବରେଣ୍ୟ ସମ୍ମାନୀତ ଅତିଥି ମାନ୍ୟବର ସଦର ବାଲେଶ୍ଵର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଙ୍କ ଦ୍ଵାରା ଉତ୍ତୋଲନ  ହୋଇଥିଲା।ଆଜିର ଏହି ୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଏଥେଲେଟିକ୍ସ , ସଫ୍ଟ୍ ବଲ ଏବଂ ବେସ୍ ବଲ ପ୍ରତିଯୋଗୀତା ରେ ସମଗ୍ର ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ୧୨୪୪ ଜଣ ୧୪ ବର୍ଷରୁ କମ ଏବଂ ୧୬ ବର୍ଷରୁ କମ ବର୍ଗର ବାଳକ, ବାଳିକା କ୍ରୀଡା ପ୍ରତିଯୋଗୀ ପରମିଟ ପଡିଆ ଠାରେ ସମାବେଶ ହୋଇଥିଲେ ଏବଂ ଏହି ପ୍ରତିଯୋଗିତାର ଉଦଯାପନୀ ଆସନ୍ତା ନଭେମ୍ବର ୧୫ ତାରିଖ ବୋଲି  ବିଭାଗୀୟ ସୁତ୍ରରୁ ପ୍ରକାଶ। ଏହି କ୍ରୀଡା ମହକୁମ୍ଭକୁ ବରେଣ୍ୟ ସମ୍ମାନୀତ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣଙ୍କ ଆଗମନରେ ସମସ୍ତଙ୍କୁ ଅଭିବାଦନ ଜଣାଇ ମଞ୍ଚାସିନ ସହ ପୁଷ୍ପଗୁଚ୍ଛ ଓ ଫଳକ ପ୍ରଦାନ ପରେ ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ଧୂପ ଦୀପ, ପୁଷ୍ପ।ର୍ଘ ଅର୍ପଣ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ଏଥିରେ ବରେଣ୍ୟ ତଥା ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସଦର ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ସମ୍ମାନୀୟ। ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟନ ପ୍ରଧାନ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ୱର ର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡା,ପୂର୍ବତନ ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ରାୟ ଗୁରୁ, ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସପନ କୁମାର ଜେନା, ଶିଶୁ ସୁରକ୍ଷା କମିଶନର ଶ୍ରୀମତୀ ସୁଜାତା ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଡ. ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ତତ୍ ପରେ ବିଭିନ୍ନ ଜିଲ୍ଲାରୁ ଗରିମା ବହନ କରିଥିବା ସମସ୍ତ ଜିଲ୍ଲାର କ୍ରୀଡ଼ା ପ୍ରତିଯୋଗୀ ମାନଙ୍କୁ ସ୍ଵାଗତ ଏବଂ ଉତ୍ସାହିତ କରିବା ସହ କ୍ରିଡ଼ା ପ୍ରତିଯୋଗୀ ଗଣ ବରେଣ୍ୟ ଅତିଥି ଗଣଙ୍କୁ ଅଭିବାଦନ ଜଣାଇବା ନିମନ୍ତେ ମାର୍ଚ୍ଚ ପାଷ୍ଟ କରିଥିଲେ। ଏଥି ସହିତ ବାଲେଶ୍ଵର ଜିଲ୍ଲାର ବଶିଷ୍ଠ କ୍ରିଡ଼ାବିତ ଜାତୀୟ ଏଵଂ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶ୍ରୀଯୁକ୍ତ ସିଦ୍ଧେଶ୍ୱର ଟୁଡୁ, ଶ୍ରୀଯୁକ୍ତ ଗୌରବ ହାଁସଦା ମଶାଲରେ କ୍ରିଡ଼ାଅଙ୍ଗନ୍ ପରିକ୍ରମା କରିଥିଲେ। ଆଜିର ଏହି ରାଜ୍ୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧିକାରୀ ଡ. ଶ୍ରୀଯୁକ୍ତ ବସନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସେଣ୍ଟ ଥୋମାସ କନଭେଣ୍ଟ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ,ଓଡ଼ିଶା, ଭୁବନେଶ୍ୱର ର ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡା ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ସଂକ୍ଷିପ୍ତ ପରିଚୟ ଏବଂ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏତଦ୍ ଭିନ୍ନ ଏହି କାର୍ଯ୍ୟକ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱର ର ପୂର୍ବତନ ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସତ୍ୟନାରାୟଣ ରାୟଗୁରୁ ବାର୍ଷିକ କ୍ରିଡ଼ା ବିବରଣୀ ପାଠ କରିବା ସହିତ ଏହି କାର୍ଯ୍ୟକ୍ରମକୁ ବିଗତ ୨୦୨୨ ମସିହାରୁ ଅଦ୍ୟାବଧି ଚାଲି ଆସୁଥିବା ସଂପର୍କରେ ଅବଗତ କରିଥିଲେ। ଏଥି ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ବର୍ଗରେ ବିଭିନ୍ନ ବିଭାଗରେ କ୍ରିଡ଼ା କ୍ଷେତ୍ରରେ କ୍ରିଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବା, ସମସ୍ତ ସାହାଯ୍ୟ ସହଯୋଗ ସରକାର ପ୍ରୋତ୍ସାହିତ କରିବା ପ୍ରସଙ୍ଗରେ ଅବଗତ କରିଥିଲେ। ଆଜିର ଏହି ୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ କର କମଳରେ ଶୁଭାରମ୍ଭ କରି ପ୍ରତିଯୋଗୀଙ୍କୁ ବିଭିନ୍ନ ଉଦାହରଣ ପ୍ରଦାନ ସ୍ଵରୂପ ଉତ୍ସାହିତ କରିବା ସହ ପ୍ରଗାଢ଼ ଆତ୍ମବିଶ୍ବାସ ରଖି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ବୋଲି ପ୍ରେରଣା ଯୋଗାଇ ଦେଇଥିଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଶପଥ ପାଠ କରାଇଥିଲେ ଅନ୍ୟାନ୍ୟ ବରେଣ୍ୟ ତଥା ସମ୍ମାନୀତ ଅତିଥି ଗଣ ଏହି ବିଶେଷ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ବିଦ୍ୟାଳୟ ସ୍ତରରୁ ପ୍ରତିଭା କୁ ବିକଶିତ କରାଇବା  ଏବଂ ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ ଆଣିବା ପାଇଁ ଏକ ଅଭିନବ ପ୍ରୟାସ ବୋଳି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରୁଥିବା ଜିଲ୍ଲା ଶିକ୍ଷାଧିକାରୀ ଡ.ନାୟକ ସମଗ୍ର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦାହରଣ ମାଧ୍ୟମରେ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଘୋଡେ଼ଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ