ଉପଜିଲ୍ଲାପାଳଙ୍କୁ ଭେଟିଲେ ମରେଇଗାଁ ସରପଞ୍ଚଙ୍କ ସମେତ ୮ ଓ୍ବାର୍ଡ଼ ସଭ୍ୟସଭ୍ୟା
ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ କିଛି ଓ୍ବାର୍ଡ଼ ସଭ୍ୟ ସଭ୍ୟା ମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଅନସ୍ତା ଆଣିବା ପାଇଁ ଦାବି କରିଥିଲେ। ସରପଞ୍ଚ ସତ୍ୟଭାମା ଜେନା ଗତକାଲି ୮ ଜଣ ୱାର୍ଡ଼ ସଭ୍ୟ ସଭ୍ୟାଙ୍କୁ ସାଙ୍ଗରେ ଧରି ଉପଜିଲ୍ଲାପାଳଙ୍କ ନିକଟରେ ଦ୍ବାରସ୍ଥ ହୋଇ ବିରୋଧି କରିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ସୁକଳ୍ପିତ, ଅମୂଳକ ଓ ଭିଭିହୀନ ବୋଲି ଦର୍ଶାଇଛନ୍ତି। ପ୍ରତ୍ୟେକ ମାସିକ ବୈଠକରେ ପଞ୍ଚାୟତ ସଭାଗୃହରେ ପଞ୍ଚାୟତ ନିର୍ବାହୀ ଅଧୂକାରୀ ଙ୍କ ଦ୍ଵାରା ସମସ୍ତ ଓ୍ବାର୍ଡ଼ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ସରକାରଙ୍କ ଦ୍ଵାରା ଆସିଥିବା ସମସ୍ତ କାର୍ଯ୍ୟାବଳି ପ୍ରକାଶ କରାଇଥାଏ। ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ କୁ ସର୍ବସମ୍ମତି କ୍ରମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ। ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା ମାନଙ୍କ ସହମତି କ୍ରମେ ପ୍ରକଳ୍ପ ଗୁଡ଼ିକ ଗୃହୀତ କରାଯାଇ ପ୍ରତ୍ୟେକ ୱାର୍ଡ଼ କୁ କାମ ବଣ୍ଟନ କରାଯାଏ । କିଛି ଓ୍ବାର୍ଡ଼ ସଭ୍ୟ ସଭ୍ୟା ନିଜର ସ୍ୱାର୍ଥ ହାସଲ ପୁରଣ ନ ହେବାରୁ ଏହିଭଳି ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ସରପଞ୍ଚ। ଉଭୟ ପକ୍ଷକୁ ଡାକି ଆଲୋଚନା କରି ମରେଇଗାଁ ପଞ୍ଚାୟତରେ ଉପୁଜିଥିବା ବିବାଦର ସମାଧାନ ପାଇଁ ସରପଞ୍ଚ କହିଛନ୍ତି। ମରେଇଗାଁ ପଞ୍ଚାୟତରେ ସରପଞ୍ଚ ଓ ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଭାଇଚାରା ଓ ସୂ ସମ୍ପର୍କ ଗଢ଼ି ତୋଳିବା ସହ ପୁନର୍ବାର ଶାନ୍ତି ଫେରାଇ ଆଣିବା ପାଇଁ ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।