୮ମ ବାଈଦେଇ ମହୋତ୍ସବ ଉଦଯାପିତ
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଅନ୍ତର୍ଗତ ଗଡ଼ଅମରପ୍ରସାଦ ଗ୍ରାମ ଠାରେ ଆରମ୍ଭ ହୋଇଥିବା ୮ମ ବାର୍ଷିକ ବାଈଦେଇ ମହୋତ୍ସବ ଉଦଯାପିତ ହୋଇଯାଇଛି। ବାଇଦେଈ ମହୋତ୍ସବ କମିଟି ଓ ଇଣ୍ଡିଆନ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚର ର ମିଳିତ ଅୟୋଜନ ରେ ଶିକ୍ଷାବିତ ପ୍ରତାପ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓ ୟୁ ଟି ଭୁବନେଶ୍ୱର ର ପଶୁଚିକିତ୍ସା ଓ ପଶୁ ପାଳନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡ. ସୁସେସ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦଙ୍କ ନିମାପଡ଼ା ବ୍ଳକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ସମାଜସେବୀ ଭଗବାନ ମିଶ୍ର, କଣ୍ଠଶିଳ୍ପୀ ସରିତା ଆଚାର୍ଯ୍ୟ,ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର, ବିଜେପି ନେତ୍ରୀ ମିନଲତା ମହାନ୍ତି, ସମାଜ ସେବୀ ସୁରେଶ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବିଜବର ମୁଦୁଲି ପ୍ରମୁଖ ଯୋଗ ଦେଇ ବାଇଦେଇ ମହୋତ୍ସବ ର ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ତମ୍ଭକାର ଚିତ୍ତ ରଞ୍ଜନ ପୃଷ୍ଟି ବିବରଣୀ ପାଠ କରିଥିଲେ। ଏହି ଅବସର ରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରି ଥିବା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ୱର୍ଦ୍ଧିତ କରା ଯାଇଥିଲା। ସଭା ପରେ ଡ. ମନମୋହନ ଶର୍ମାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ଥାନୀୟ ଗଡ ଅମରପ୍ରସାଦ ଗ୍ରାମର ବାଇଦେଇ ଡ୍ୟାନ୍ସ ଗ୍ରୁପ ଓ କଟକର ଗ୍ଲୋବାଲ ହିପପ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ବିଭିନ୍ନ ନୃତ୍ୟ ପରିବେଷଣ କରାଯିବା ସହିତ କଟକର ପ୍ରସିଦ୍ଧ ସୁରମିଲନ ମେଲୋଡି ଦଳ ପକ୍ଷରୁ ମେଲୋଡି ପରିବେଷଣ କରା ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଲୋକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।


