ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ବିରଞ୍ଚିନାରାୟଣ ପବ୍ଲିକ୍ ସ୍କୁଲର ପଞ୍ଚମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ବୁଦ୍ଧଖୋଲ ରୋଡ ତଟବର୍ତ୍ତୀ ପ୍ରସ୍ତାବିତ ଶିକ୍ଷାୟତନ ପ୍ରାଙ୍ଗଣରେ ଟ୍ରଷ୍ଟର ଅଧ୍ୟକ୍ଷ ଏ. ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ମୁଖ୍ୟ ବକ୍ତା ଓ ସମ୍ମାନୀୟ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ରଞ୍ଜନ ବେହେରା ଓ ଟ୍ରଷ୍ଟର ପରିଚାଳିକା ଏ. ଜାନକୀ ରାଣୀ ପାତ୍ର ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଚିତ୍ରା କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରାଯାଇଥିଲା । ସ୍କୁଲର ଅଧ୍ୟକ୍ଷ ବାଳଗୋପାଳ ଶତପଥୀ, ବୈଷୟିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ଦାଶ କାର‌୍ୟ୍ୟକ୍ରମର ପରିଚାଳନା କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ