ରୋଟାରୀ କ୍ଳବ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) ; ଭଂଜନଗର ରୋଟାରୀ କ୍ଳବ ପକ୍ଷରୁ ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଗୁରୁବାର ୩୧ ତମ ସଡକ ସୁରକ୍ଷା ସପ୍ତାହ ଦିବସ ପଂଚାନନ ମିଶ୍ରଙ୍କ ତତ୍ତ୍ୱାବଧନାରେ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମୋଟର ଯାନ ଆଇନ ଲାଗୁ ହେବା ଫଳରେ ଲୋକ ମାନେ ସଚେତନତ ହେବା ସହ ବିଗତ ବର୍ଷ ଗୁଡିକ ମଧ୍ୟରୁ ବର୍ତ୍ତମାନ ଦୂର୍ଘଯଣା କମିବାରେ ଲାଗିଲାଣି । ଏଥିସହ ଯେଉଁ ମାନେ ସଡକ ସୁରକ୍ଷା ନିୟମ ମାନି ଗାଂଡି ଚଳାଉ ନାହାନ୍ତି ସେମାନଙ୍କ ଉପରେ ନିୟମ ଅନୁଯାୟୀ କଡା କଡି କରି ଜୋରିମାନା ଆଦାୟ କରିବା ଦରକାର । ଟ୍ରାଫିକ ସଚେତନତା ଦିବଦ ଅବସରରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ଏଥିରେ ଭି. ଦେବୀ ପ୍ରସାଦ ପାତ୍ର,ମଧୁସୂଦନ ମହାପାତ୍ର,ସନତ କୁମାର ସୁବୁଦ୍ଧି,ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଏତତ ବ୍ୟତିତ ଅନୁଷ୍ଠାନର ସଂପାଦକ ଅବିନାଶ ଚୈାଧୁରୀ ,ଦୀପକ ରଂଜନ ମହାପାତ୍ର, ଟି. ସୁ ।ନି ପାତ୍ର , ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ