ଟି ୨୦ ବିଶ୍ବକପ୍‌ ବର୍ଜନ ନେଇ ପାକିସ୍ତାନର ଧମକ

ଲାହୋର : ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ପିସିବି ପକ୍ଷରୁ ଏକ ବଡ ବୟାନ ପ୍ରଦାନ କରାଯାଇଛି । ଯଦି ଭାରତ ପାକିସ୍ତାନରେ ଆୟୋଜିତ ଏସିଆ କପ୍‌ରେ ଅଂଶ ଗ୍ରହଣ ନକରେ ତେବେ ୨୦୨୧ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି ୨୦ ବିଶ୍ବକପ୍‌କୁ ପ୍ରତ୍ୟାଖ୍ୟାନର ଧମକ ଦେଇଛି ପାକିସ୍ତାନ । ବାଂଲାଦେଶ ପକ୍ଷରୁ ପାକିସ୍ତାନ ଗସ୍ତ କରାଯିବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର କ୍ଷମତା ହାସଲ କରିଛି । ମାତ୍ର ସୁରକ୍ଷାଗତ କାରଣ ଦର୍ଶାଇ ବିସିସିଆଇ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ । ଯଦି ବିସିସିଆଇ ଭାରତୀୟ ଟିମ୍‌କୁ ନପଠାଏ ତେବେ ପିସିବି ମଧ୍ୟ ଟି ୨୦ ବିଶ୍ବକପ୍‌ ବର୍ଜନ କରିବ ବୋଲି ପିସିବି ମୁଖ୍ୟ ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ