ଜିଲ୍ଲାସ୍ତରୀୟ ଜଳ ପରିମଳ ଓ ସ୍ୱଚ୍ଛତା ଯୋଜନାରେ ଆର୍ଥିକ ଓ ସେବା ସମ୍ବନ୍ଧୀୟ ତଥ୍ୟ ବିବରଣୀ କର୍ମଶାଳା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଭୂବନେଶ୍ୱରର ଗ୍ରାମ ଉତଥାନ୍ ସ୍ୱେଚ୍ଛାସେବୀ , ଦିଲ୍ଲୀ ସିବିଜିଏ ଏବଂ ଆଇଆରସି ର ମିଳିତ ଆନୁକୂଲ୍ୟରେ ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ପରିଚାଳ ସୁରେଶ ଚନ୍ଦ୍ର ପରିଡାଙ୍କ ମିଳିତ ସଂଯୋଜନାରେ ଜିଲ୍ଲାସ୍ତରୀୟ ଜଳ ପରିମଳ ଓ ସ୍ୱଚ୍ଛତା ଯୋଜନାର ଆର୍ଥିକ ଓ ସେବା ସମ୍ବନ୍ଧୀୟ ତଥ୍ୟ ବିବରଣୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କର୍ମଶାଳା କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏଥିରେ ଦିଲ୍ଲୀର ସିବିଜିଏ ତ୍ରୀସା ଅଗ୍ରୱାଲା ଓ ଆଇ ଆର ସି ର ସାଇନି ଶାହା ଦୁହେଁ ସାଧନା କର୍ମୀ ଭାବେ ଯୋଗଦେଇ ତଥ୍ୟ ପ୍ରଦାନ କରିଥିଲେ । ଦୀର୍ଘ ଦୁଇବର୍ଷ ମଧ୍ୟରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସଂଗୃହୀତ ତଥ୍ୟ ପ୍ରତିପାଦିତ କରାଯାଇ ତାର ଏକ ସମିକ୍ଷା କରାଯାଇଥିଲା ଏଥିରୁ ଜଣାଗଲାକି ଜଳ ପରିମଳ ଓ ସ୍ୱଚ୍ଛତାତ ସଫଳ ରୂପାୟନ ପାଇଁ ସ୍ଥାନୀୟ ଜନସାଧାରଣ ଏହି ଯୋଜନାରେ ସକ୍ରୀୟ ଅଂଶ ଗ୍ରହଣ କରିବା, ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି, ଅଧିକ ମାତ୍ରାରେ କର୍ମକର୍ତ୍ତା ନିଯୁକ୍ତି ଏବଂ ଏଥିଲାଗି ଅର୍ଥ ବ୍ୟବସ୍ଥାର ସଠିକ ଆକଳନ ସହିତ ଜଳ ପରିମଳ ଓ ସ୍ୱଚ୍ଛତା କାର୍ଯ୍ୟରତ କର୍ମକର୍ତ୍ତା ଏବଂ ସ୍ଥାନୀୟ ସରକାରଙ୍କ ମଧ୍ୟରେ ଏକ ସମନ୍ୱୟ ରକ୍ଷାକରିବାର ଆବଶ୍ୟକତା ଅନୁଭୂତ ହୋଇଥିଲା । ଏହି କର୍ମଶାଳରେ ଅନ୍ୟମାନଙ୍କ ମଧ୍ୟରେ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁ , ଜିପିଇଓ ଶହଦେବ ମହାରଣା, କଣମଣା ପଞ୍ଚାୟତର ସରପଂଚ ଏସ୍‌.ଚକ୍ରପାଣି ରେଡ୍ଡୀ, ଆର୍ଯ୍ୟପଲ୍ଲୀ ସରପଂଚ ଏମ୍‌.ଲକ୍ଷ୍ମୀ, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ଅଗସ୍ତିନୂଆଗାଁ ସରପଂଚ ପି.ସିମାଦ୍ରୀ ଙ୍କ ସମସ୍ତ କାର୍ଯ୍ୟନିର୍ବାହି ଅଧିକାରୀ ଓ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ