ଶାସ୍ତ୍ରୀନଗରର ପରୋପକାରୀ ମହିଳା କୃଷ୍ଣପ୍ରିୟାଙ୍କ ଦେହାନ୍ତ

ଆସିକା(ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀ ନଗର ଅଞ୍ଚଳର ପରୋପକାରୀ ମହିଳା କୃଷ୍ଣପ୍ରିୟା ଦାଶ (ବୟସ ପ୍ରାୟ ୭୬ବର୍ଷ)ଙ୍କର ଅସୁସ୍ଥତାଜନିତ ଦେହାନ୍ତ ହୋଇଯାଇଛି। ପରୋପକାରୀ ମହିଳା ସ୍ୱର୍ଗତା କୃଷ୍ଣପ୍ରିୟା ଦାଶ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ଧର୍ମପରାୟଣ, ଆଧ୍ୟାତ୍ମିକପ୍ରେମୀ ତଥା ବନ୍ଧୁବତ୍ସଳା ବ୍ୟକ୍ତିତ୍ୱ ରୂପେ ପରିଚିତା ଥିବାରୁ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି। ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ୱାମୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ବିପିନ୍‍ ବିହାରୀ ଦାଶ, ଭାଇ ବିଦ୍ୱାନ ସଂସ୍କୃତ ପଣ୍ଡିତ ଉପେନ୍ଦ୍ରନାଥ ମିଶ୍ର, ଭ।।ଉଜ ରଂଜିତା ରଥ, ପୁତ୍ର ସଂଜୟ କୁମାର ଦାଶ, ପୁତ୍ରବଧୂ ସସ୍ମିତା କୁମାରୀ ଦାଶ, କନ୍ୟା ସରିତାରାଣୀ ମିଶ୍ର ଓ ଅନିତାରାଣୀ ମିଶ୍ର, ଜୋଇଁ ସନ୍ତୋଷ କୁମାର ମିଶ୍ର ଏବଂ ଗଗନ ମିଶ୍ରଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲା ବେଳେ ଏକ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥବା ଜଣାପଡିଛି। ପରୋପକାରୀ ତଥା ଆଧ୍ୟାତ୍ମିକପ୍ରେମୀ ମହିଳା କୃଷ୍ଣପ୍ରିୟା ଦାଶଙ୍କ ଅକାଳ ବିୟୋଗରେ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ସୁନିଲ୍‍ କୁମାର ମିଶ୍ର, ଦୁଃଖୀଶ୍ୟାମ ଦାଶ, ନିର୍ମଳ ଦାଶ, ମୁନା ଦାଶ, ମିଟୁଚନ୍ଦ୍ର ଗୌଡ, ଅବସରପ୍ରାପ୍ତ ସେନା କର୍ମଚାରୀ ବ୍ରିଗେଡିୟର୍‍ ଅଭିମନ୍ୟୁ ରାଉତ, ଅଲେଖ ବେହେରା, ଡଃ କଂଗ୍ରେସ ପ୍ରଧାନ, ବିଜୟ କୁମାର ପାଣିଗ୍ରାରୀ, ମନମୋହନ ପାଣିଗ୍ରାହୀଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍‍ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ