ଚାରିଆଡେ ଧୂଳି,ଅନୁମତି ଦେଉଛି କିଏ ?
କୁକୁଡାଖଣ୍ଡି:- ଯେଉଁପଟେ ଆଖିବୁଲାଇବେ ଖାଲି ଧୂଳି ହିଁ ଧୂଳି। ଏଭଳି ଏକ ଦୃଶ୍ୟଦେଖିବାକୁ ମିଳିଛି ବାଇଗଣବାଡି ରୋଡରେ । ଉକ୍ତ ରାସ୍ତାଦେଇ ଯାଉଥିବା ପଥଚାରୀମାନେ ଧୂଳିରେ ସରସର ହୋଇପଡୁଛନ୍ତି । ଗତ କିଛିଦିନ ହେଲା ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୁକୁଡାଖଣ୍ଡି ତହସିଲ ଅନ୍ତଗତ ଏଆରଏସଏସ ପ୍ଲାଣ୍ଟ ପଛ ବାଇଗଣବାଡି ରୋଡ ଠାରେ ଥିବା ଏକ କ୍ରସରରୁ ବାହାରୁଛି ଏପରି ଧୂଳି। କ୍ରସର ମଧ୍ୟରେ ଗଛ ଲଗାଯାଇନଥିବାରୁ ଏପରି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯାହାକି ପରିବେଶ ସୁରଷା ଆଇନର ଖୋଲାଖୋଲି ଉଲଘଂନ କରୁଥିବା ଜଣାପଡୁଛି । ପରିବେଶ ପ୍ରଦୂଷଣ କରୁଥିବା ବେଳେ କିପରି କ୍ରସର ଚଲାଇବାକୁ ଅନୁମତି ମିଳିଛି ତାହାକୁ ନେଇ ଉଠିଛି ଏବେ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। ସରକାରୀ କମଚାରୀଙ୍କ ଉଦାସୀନତା ଯୋଗୁଁ ସାଧାରଣ ଲୋକେ କଷ୍ଟ ଭୋଗୁଛନ୍ତି । ରାସ୍ତାସାରା ଧୂଳି ଗୁଡିକ ଉଡୁଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି । ଖୁବ ଶୀଘ୍ର ଉଚ୍ଚକତ୍ତୃ ପଷ ଦୃଷ୍ଟିଦେବାକୁ ଦାବିହୋଉଛି ।


